ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ସୋନିଆଙ୍କ ବୈଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୧୮ ଜୁଲାଇ ରୁ ସଂସଦ ର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ମୌସୁମୀ ଅଧିବେଶନ ପୂର୍ବରୁ ଆଜି କଂଗ୍ରେସର ଅନ୍ତରୀଣ ଅଧକ୍ଷା ସୋନିଆ ଗାନ୍ଧୀ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି। ଏହି ବୈଠକ ସୋନିଆଙ୍କ ୧୦- ଜନପଥ ବାସଭବନ ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି। ତେବେ ଏହି ବୈଠକ ରେ ମୌସୁମୀ ଅଧିବେଶନରେ ଦଳର କଣ ରଣନୀତି ରହିବ ସେ ସମ୍ପର୍କରେ ଆଲୋଚନା ହେବ। ଅଗ୍ନୀପଥ ଯୋଜନା, ଭାରତ ଚାଇନା ସୀମା ବିବାଦ, ବେରୋଜଗାରି, ଦେଶରେ ଉପୁଜିଥିବା ବନ୍ୟସ୍ତିତି ଏହିସବୁ ପ୍ରସଙ୍ଗ ରେ ସରକାରଙ୍କୁ ସଂସଦରେ କିଭଳି ଘେରା ଯିବ ସେନେଇ ଏହି ବୈଠକ ରେ ବିସ୍ତୃତ ଆଲୋଚନା ହେବାନେଇ ସୂଚନା ମିଳିଛି।

ସେହିପରି ଆଜି ଅପରାହ୍ନରେ ଦଳର ମୁଖ୍ୟାଳୟରେ ସୋନିଆ ଆଉ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ରେ ଦଳର ସମସ୍ତ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀ, ସମସ୍ତ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ଓ ଦଳର ଅନ୍ୟାନ୍ୟ ଛାମୁଆ ସଂଗଠନ ର ମୁଖ୍ୟ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଦଳ ତରଫରୁ ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଥିବା “ଭାରତ ଯୋଡ଼ ଯାତ୍ରା” ସମ୍ପର୍କରେ ଆଲୋଚନା ହେବ।ଆଗକୁ ଦଳର ହେବାକୁଥିବା ଅନ୍ୟ ସାଂଗଠାନିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Related Posts