ତେଲକୋଇ : ଜମିରେ ଚାଷ କରୁଥିବା ବେଳେ ଅଘଟଣ । ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ରୁଗୁଡି ସାହିରେ ଘଟିଛି ଏହି ଅଘଟଣ ।

ସୋମବାର ସନ୍ଧ୍ୟା ସମୟରେ ଅର୍ଜୁନ ମହାକୁଡ ନାମକ ଭାଗ ଚାଷୀ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଚାଷ କରୁଥିଲେ । ସେହି ସମୟରେ ହଠାତ କାଦୁଅରେ ଫସି ଟ୍ରାକ୍ଟରଟି ଓଲଟି ପଡିଥିଲା । ଚାଷୀ ଅର୍ଜୁନ ମହାକୁଡଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଅନ୍ଧାର ହୋଇଯାଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସକାଳୁ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳୁ ଶବକୁ ଉଦ୍ଧାର କରିଛନ୍ତି ।