କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ କମ୍ବିଂ ଅପେରସନ, ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ କମ୍ବିଂ ଅପେରସନ ଜୋରଦାର । ମାଓ କ୍ୟାମ୍ପ୍ ଠାବ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ସୋମବାର ବାଲିଗୁଡା ଥାନା ସୂଡ୍ରl ପଂଚାୟତ ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା। ଏହାପରେ ଏହି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ ଯବାନ। ଏନେଇ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଉଲ୍ଲେକଯୋଗ୍ୟ ଯେ, ପୁଲିସ ଓ ଯବାନ ମାନଙ୍କର ରଣକୌଶଳ ଏବଂ ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି ।

Related Posts