ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ; ମୁହାଁମୁହିଁ ହେଲେ ପୁଲିସ୍‌-ଆନ୍ଦୋଳନକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହା ମଧ୍ୟରେ ରାଜଧାନୀରେ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନର ଶତାଧୀକ କର୍ମକର୍ତ୍ତା ପିକେଟିଂ କରୁଥିବା ବେଳେ ପୁଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରିକି ପୁଲିସ୍‌ ସଙ୍ଗଠନ ସଭାପତିଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କମକର୍ତ୍ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ସେପଟେ ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସଂଗଠନ ପକ୍ଷରୁ ଆଜି  ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।   ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ବନ୍ଦ ପାଳନ ଅବସରରେ ବିଶାଳ ରାଲି କରାଯାଇ ଏଥିରେ ଶତାଧୀକ କର୍ମକର୍ତ୍ତା ସାମିଲ ହୋଇଥିଲେ। 

ରାଲି ସହର ପରିକ୍ରମା କରିବା ବେଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଲିସ୍‌ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍‌ ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ବେଳେ  ଗର୍ଜିଛନ୍ତି ସଙ୍ଗଠନ ସଭାପତି ଅଲ୍ଲି । ଏନେଇ ସେ କହିଛନ୍ତି,  ଶାନ୍ତିପୂର୍ଣ୍ଣ ଭାବେ ରାଲି କରାଯାଉଛି। ପୁଲିସ୍‌ ଦୋଷୀକୁ ଧରିପାରୁ ନଥିବା ବେଳେ ନିଜ ଦୋଷକୁ ଘଣ୍ଟ ଘୋଡ଼ାଉଛି।  ଗୋଟିଏ ଝିଅର ନ୍ୟାୟ ପାଇଁ, ସମ୍ମାନ ପାଇଁ ଆମେ ଭୁବନେଶ୍ୱର ବୁଲୁଛୁ।  ଆମେ ଅହିଂସା ଉପାୟ ଆପଣାଇଛୁ। ହେଲେ ପୁଲିସ୍‌ ଆମକୁ ଦମନ କରିବାକୁ ଚେଷ୍ଟା ଚଳାଇଛି। ପୁଲିସ୍‌ ଗୁଣ୍ଡାରାଜ ଚଳାଇଛି। ଆମେ ଗୁଳି ଖାଇବୁ ପଛେ ପଛକୁ ହଟିବୁ ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । 

Related Posts