ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ରାଜ୍ୟର ୧୬୭୨ ସ୍କୁଲରେ ମାତ୍ର ଜଣେ ଲେଖାଏ ଶିକ୍ଷକ ରହିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମୋଟ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ,୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ,୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ୧୬୭୨ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ସେହିଭଳି ମୟୂରଭଞ୍ଜରେ ସର୍ବାଧିକ ୧୭୧ ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଥିବା ବେଳେ, ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ୪୩୫ ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି।୨୧୦୭ ସରକାରୀ ଅନୁଦାନ ପ୍ରାପ୍ତ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି।
ସୂଚନା ଅନୁଯାୟୀ ଯଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ବିଧାନସଭାରେ ଜାଣିବା ପାଇଁ ଚାହିଁଥିଲେ ଯେ ରାଜ୍ୟରେ କେତୋଟି ନିମ୍ନ ପ୍ରାଥମିକ ବିଦ୍ୟାଳୟ, କେତୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେତୋଟି ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ କେତୋଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହି ସବୁ ସ୍କୁଲରେ ଜିଲ୍ଲାୱାରୀ ଶିକ୍ଷକ ଅଛନ୍ତି କି ନାହାନ୍ତି । ଯାହାର ଉତ୍ତରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଏହି ସୂଚନା ଦେଇଛନ୍ତି ।
