ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ରାଜ୍ୟର ୭ଟି ସ୍ଥାନ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟସିଲ୍‍ ଓ ସୋନାପୁରଠାରେ ଇକୋ ରିଟ୍ରିଟ୍‍ ଆୟୋଜନ କରାଯିବ । ଧଉଳୀ, ରଘୁରାଜପୁର, ଶିଖର ଚଣ୍ଡୀ ଇତ୍ୟାଦିର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଭିତ୍ତିଭୂମି ଉନ୍ନୟନ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ଥିରିକୃତ ୪୯ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୨୬ଟି ନିମନ୍ତେ ଅର୍ଥ ମଞ୍ଜୁର କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି, ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟିପାଇଁ ପୂର୍ବ ବର୍ଷର ବଜେଟ୍‍ ଅଟକଳ ୫୩୪ କୋଟି ଥିବା ବେଳେ ଚଳିତ ବର୍ଷ ୫୯୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପର୍ଯ୍ୟଟନର ମାନବୃଦ୍ଧି ପାଇଁ ୩୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ରାଜ୍ୟରେ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ସରକାର ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।