ବିଦାୟ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସଂସଦ ର ସେଣ୍ଟ୍ରାଲ ହଲରେ ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦ ଭବନର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ,, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ବିଦାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଉଭୟ ରାଜ୍ୟ ସଭା ଓ ଲୋକ ସଭା ଏମ୍‌ପି ମାନେ ମିଳିତ ଭାବେ ବିଦାୟ ଦେଇଛନ୍ତି।

ବିଦାୟ ଭାଷଣରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ ଆଜି ଯେତେବେଳେ ମୁଁ ଆପଣମାନଙ୍କଠାରୁ ବିଦାୟ ନେଉଛି, ମୋର ହୃଦୟରେ ଅନେକ ପୁରୁଣା ସ୍ମୃତି ଉଙ୍କି ମାରୁଛି। ଏହି କମ୍ପ୍ଲେକ୍ସରେ ଯାହା ସେଣ୍ଟ୍ରାଲ ହଲ ଭାବରେ ଜଣାଶୁଣା , ବର୍ଷ ବର୍ଷ ଧରି ଅନେକ ଏମ୍‌ ପିଙ୍କ ବହୁ ସ୍ମରଣୀୟ ମୁହୂର୍ତ୍ତ ବିତାଇଛନ୍ତି। ପାଞ୍ଚ ବର୍ଷ ପୂର୍ବେ ମୁଁ ଏହି ସ୍ଥାନରେ ଶପଥ ଗ୍ରହଣ କରିଥିଲି। ତୁମେମାନେ ମୋ ହୃଦୟରେ ଏକ ବିଶେଷ ସ୍ଥାନ ପାଇଛ।ଉପସ୍ଥିତ ଥିବା ସମସ୍ତ ଏମ୍‌ପି ଏବଂ ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆପଣ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆପଣ ଭାରତର ଲୋକଙ୍କର ନିର୍ବାଚିତ ପ୍ରତିନିଧୀ ଅଟନ୍ତି। ସେ କହିଛନ୍ତି ଯେ ମୋର ସମସ୍ତ ପୂର୍ବତନ ରାଷ୍ଟ୍ରପତି ମୋ ପାଇଁ ପ୍ରେରଣାର ସ୍ରୋତ ପାଇଟିଛନ୍ତି।

Related Posts