ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଖୁବଶୀଘ୍ର ଭାଙ୍ଗିଯିବ ବିଜେପି-ସିନ୍ଦେଙ୍କ ସରକାର । ଶିବସେନା ନେତା ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଏହା ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବଶୀଘ୍ର ଭାଙ୍ଗିଯିବ । ଏବଂ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ । ଶିବ ସମ୍ବାଦ ଯାତ୍ରାର ତୃତୀୟ ଦିନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏକ ସଭାରେ ଆଦିତ୍ୟ ଠାକରେ ଏହା ମଧ୍ୟ କହିଥିଲେ ଯେ ଶିବସେନାର ବିଦ୍ରୋହୀ ବିଧାୟକ ତାଙ୍କ ପିତାଙ୍କ ଏବଂ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସେହି ସମୟରେ ଧୋକା ଦେଇଥିଲେ, ଯେତେବେଳେ ସେ ଅସୁସ୍ଥ ଥିଲେ ।ଆଉ ଏକନାଥ ସିନ୍ଦେଙ୍କ ନେତୃତ୍ୱଧାନୀ ଶିବସେନାର ବିଦ୍ରୋହୀ ନେତାଙ୍କ ସହ ସାମିଲ ହୋଇଥିଲେ ।

ଆଦିତ୍ୟ ଠାକରେ କହିଛନ୍ତି ଯେ ଆମେ ଅନେକ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ବହୁତ କିଛି କରିଛୁ। କିନ୍ତୁ ସେମାନେ ଆମ ସହ ବିଶ୍ବାସଘାତ କଲେ। ବର୍ତ୍ତମାନ ସମୟ ଭାଙ୍ଗିଯିବା ର ସମୟ ନୁହେଁ ଏହା ଲଢ଼ିବାର ସମୟ । ସେ କହିଛନ୍ତି ରାଜ୍ୟରେ ଗତ କିଛି ଦିନରୁ ବର୍ଷାଯୋଗୁଁ ଅନେକ ଲୋକ ଜୀବନ ହରାଇଛନ୍ତି, କିନ୍ତୁ ସରକାର ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ ଦେବାରେ ବିଫଳ ହୋଇଛନ୍ତି। ଶିବସେନା ରୁ ଅଲଗା ହୋଇଯାଇଥିବା ୪୦ ବିଦ୍ରୋହୀ ବିଧାୟକଙ୍କୁ ବେଇମାନ ବୋଲି ମଧ୍ୟ ଆଦିତ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି ଯେଉଁମାନେ ଶିବସେନାକୁ ବିଭାଜିତ କରିବା ପାଇଁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଆଗାମୀ ନିର୍ବାଚନ ରେ ଜନତା ଠିକ୍ ଜବାବ ଦେବେ।

ସୂଚନା ଅନୁସାରେ ଉଦ୍ଧବ ସରକାର ଭାଙ୍ଗିବା ପାରେ ଆଦିତ୍ୟ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଗସ୍ତ କରି ଶିବ ସମ୍ବାଦ ଯାତ୍ରାରେ ସିନ୍ଦେ ସରକାରକୁ ବିଭିନ୍ନ ବିଷୟରେ ଟାର୍ଗେଟ କରୁଛନ୍ତି।