ପ୍ରକାଶ ପାଇଲା CISCE ଦ୍ୱାଦଶ ପରୀକ୍ଷା ଫଳ, ପାସ ହାର ୯୯.୩୮

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ISC ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଫଳାଫଳ ପ୍ରକାଶିତ ହୋଇଛି । କାଉନସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମ (CISCE) ରବିବାର ସନ୍ଧ୍ୟା ୫ ଟାରେ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ISC) ୨୦୨୨ ର ଫଳାଫଳ ଘୋଷଣା କରିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ ଏବଂ ଡାଉନଲୋଡ୍ କରିପାରିବେ ।

ଚଳିତ ବର୍ଷ ସିଆଇଏସସିଇ ଦ୍ୱାରା ଜାରି ଆଇଏସସି ପରୀକ୍ଷାର ୨୦୨୨ରେ ୯୯.୩୮ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଝିଅଙ୍କ ପାସ୍ ହାର ପୁଅଙ୍କ ପାସ୍ ହାର ଠାରୁ ଅଧିକ ରହିଛି । ଝିଅଙ୍କ ପାସ୍ ହାର ୯୯.୫୨ ଥିବାବେଳେ ପୁଅଙ୍କ ପାସ୍ ହାର ୯୯.୨୬ % ପ୍ରତିଶତ ରହିଛି । ରାଙ୍କ ୧ ରେ ରହିଛନ୍ତି ୧୮ ଛାତ୍ରଛାତ୍ରୀ ।

ସେହିପରି ଯେଉଁ ଛାତ୍ର ଛାତ୍ରୀ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ସେମାନେ ୨୪ ଜୁଲାଇ ସନ୍ଧ୍ୟା ୫ଟାରୁ ୩୦ ଜୁଲାଇ ମଧ୍ୟରେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ । ରିଚେକିଂ ପାଇଁ ପ୍ରତି ବିଷୟ ପିଛା ୧୦୦୦ ଟଙ୍କା ଫିସ୍ ଦେବାକୁ ହେବ । ତେବେ ରିରିଚେକିଂ କେବଳ ୨ୟ ସେମିଷ୍ଟାରର ପାଇଁ ରହିଛି ।

Related Posts