ପଟ୍ଟାମୁଣ୍ଡାଇ : ଖୁବଶୀଘ୍ର ଖୋଲିବ ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଏପରି କିଛି ଖୁସିର ଖବର ଦେଇଛନ୍ତି ଭିତରକନିକାର ଅଧିକାରୀ । ଗତ ୩ ମାସ ଧରି କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିଥିଲା ବେଳେ ଏବେ ଏହି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ଖବର ଅନୁଯାୟୀ, ଗତ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା । ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।