ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ତେବେ ନିର୍ଦ୍ଧାରିତ ଦିବସର ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା।
ଏହି ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ବଜେଟ ଗୃହରେ ଉପସ୍ଥାପନ ହୋଇଥିଲା। ଏହି ଅଧିବେଶନରେ ମୋଟ ୨୧ଟି କାର୍ଯ୍ୟ ଦିବସ ବସିଥିଲା।ଏହି ସମୟ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା।୮ଟି ବିଲ ଏହି ଅଧିବେଶନରେ ଉପସ୍ଥାପନ ହୋଇଥିଲା। ୭ଟି ବିଲ ପାରିତ ହୋଇଥିବାବେଳେ ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମଧ୍ୟ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।
