ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ହେବ ୭ଟି ନୂଆ ଜିଲ୍ଲା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ୭ଟି ନୂଆ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ ବୋଲି କହିଛନ୍ତି । ୭ଟି ନୂଆ ଜିଲ୍ଲାରେ ସୁନ୍ଦରବନ, ଇଚ୍ଛେମତୀ, ରାଣାଘଟ, ବିଷ୍ଣୁପୁର, ଜଙ୍ଗୀପୁର, ବେହରାମପୁର ଏବଂ ବଶୀରହାଟ ସାମିଲ ଅଛନ୍ତି ।

ଏହାଛଡା ମୁଖ୍ୟମନ୍ତ୍ରୀ କ୍ୟାବିନେଟର ଅଦଳବଦଳ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଆମେ ପୂରା କ୍ୟାବିନେଟ ଭାଙ୍ଗିବାକୁ ଯାଉଛୁ, ଏହା ସମ୍ପୂର୍ଣ୍ଣ ଭୁଲ । ଅଦଳବଦଳ ହେବ କିନ୍ତୁ କିଛି ମନ୍ତ୍ରଣାଳୟରେ । ଆମେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କୁ ହରାଇଛୁ । ପାର୍ଥ ଜେଲରେ ଅଛନ୍ତି ଏଥିପାଇଁ ତାଙ୍କ ସବୁ କାମ କରିବାର ଅଛି । ମୁଁ ଏକାକୀ ସମ୍ଭାଳିବା ସମ୍ଭବ ନୁହେଁ । ଏଥିପାଇଁ ବୁଧବାର କ୍ୟାବିନେଟରେ ଅଦଳବଦଳ କରାଯିବ । କିଛି ନୂଆ ଚେହେରା ଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ।

Related Posts