ଭଦ୍ରକ: ଟ୍ରକ୍‌ ପଛରେ ପିଟିଲା ସ୍କର୍ପିଓ, ୨ ମୃତ

ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ଶୁକ୍ରବାର ଭୋର ସମୟରେ ହୋଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିହିଡ଼ି ବଜାର ଅନ୍ତର୍ଗତ ତିହିଡ଼ି ସିନେମା ହଲ୍‌ ନିକଟ ଛକରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଗୋଟିଏ ସ୍କୋର୍ପିଓ ଗାଡ଼ି ଧକ୍କା ଖାଇବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଭୋର ସମୟରେ ଘନ କୁହୁଡ଼ି ଥିବାରୁ ଚାନ୍ଦବାଲି ପଟୁ ଭଦ୍ରକ ଆଡ଼କୁ ଆସୁଥିବା ଆଇଓସିଏଲ୍‌ର ପାଟ୍ରୋଲିଙ୍ଗ୍‌ ଏସ୍‌ୟୁଭିର (ସ୍କୋର୍ପିଓ) ଡ୍ରାଇଭର ରାସ୍ତାପର୍ଶ୍ୱରେ ପୂର୍ବରୁ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦେଖି ପାରି ନଥିଲେ । ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା ସ୍କୋର୍ପିଓ ।

ଧକ୍କା ପ୍ରଭାବରେ ଏସ୍‌ୟୁଭିର ଚାଳକ ଦିଲ୍ଲୀପ ରାଉତ ଓ ଆଇଓସିଏଲ୍‌ ପାଟ୍ରୋଲିଙ୍ଗ୍‌ରେ ନିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଏସ୍‌. କେ. ପ୍ରଧାନଙ୍କର ମୃତ୍ୟୁ ହୋଇଛି । ଗାଡ଼ିରେ ଥିବା ଆଇଓସିଏଲ୍‌ର ଅନ୍ୟତମ କର୍ମଚାରୀ ବିଚିତ୍ର ପାଢ଼ୀ ଆହତ ହୋଇଛନ୍ତି ।

ସ୍କୋର୍ପିଓ ଡ୍ରାଇଭର୍‌ ୨୬ ବର୍ଷୀୟ ଦିଲୀପଙ୍କ ଘର ଭଦ୍ରକର ଗେଲପୁର ଗାଁରେ ଓ ୩୫ ବର୍ଷୀୟ ବିଜୟଙ୍କ ଘର ଯାଜପୁର । ତିହିଡ଼ି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

Related Posts