ଏକୁଟିଆ ରହିବାର ଲାଭ କ’ଣ କହିଲେ ଗାୟିକା ନେହା କକ୍କର

ବଲିଉଡ୍‌ର ନୂଆ ସୁନ୍ଦରୀ ଗାୟିକା ନେହା କକ୍କର । କିଛି ଦିନ ତଳେ ବଏଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହ ତାଙ୍କର ବ୍ରେକ୍‌ ଅପ୍‌ ଖବର ବି ଟାଉନ୍‌ରେ ଖୁବ୍‌ ଚର୍ଚ୍ଚିତ ହୋଇଥିଲା । ଏବେ ସିଙ୍ଗଲ୍‌ ରହିବାର ଲାଭ କ’ଣ ସେ ସମ୍ପର୍କରେ ସୋସିଆଲ୍‌ ମିଡିଆରେ କହିଛନ୍ତି ନେହା କକ୍କର ।

ହିମାଂଶଙ୍କ ସହ ସଂପର୍କ ତୁଟିବାପରେ ନେହା ଖୁବ୍‌ ଭାଙ୍ଗି ପଡ଼ିଥିଲେ । ଏମିତିକି ଏକ ରିୟଲିଟି ସୋ’ରେ କାନ୍ଦି ପକାଇଥିବା ମଧ୍ୟ ଦେଖାଯାଇଥିଲା । କିନ୍ତୁ ଏବେ ନେହା ପୁଣି ନିଜର ପୁରୁଣା ଅବସ୍ଥାକୁ ଫେରିଲେଣି ।

ନିକଟରେ ନେହା ସୋସିଆଲ୍‌ ନେଟୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସିଙ୍ଗିଲ୍‌ ରହିବାର ଫାଇଦା ବା ଲାଭ ସଂପର୍କରେ ଲେଖିଛନ୍ତି । ସେ ଏକ ପୋଷ୍ଟ ସେଆର୍‌ କରି ଲେଖିଛନ୍ତି ‘ସିଙ୍ଗଲ୍‌ ହେବାର ସବୁଠାରୁ ଭଲ କଥା ହେଲା ଯେ ଆପଣ ଠିକ୍‌ ସମୟରେ ଶୋଇପାରିବେ।’

ହିମାଂଶଙ୍କ ସହ ବ୍ରେକ୍‌ ଅପ୍‌ ପରେ ସେ ଡିପ୍ରେସନ୍‌କୁ ଚାଲିଯାଇଥିଲେ ବୋଲି ସ୍ବୀକାର କରିଛନ୍ତି ନେହା । ନେହାଙ୍କ ବ୍ରେକ୍‌ଅପ୍‌ ଖବର ସେମାନଙ୍କ ଫ୍ୟାନ୍‌ମାନଙ୍କ ମନରେ ନିରାଶା ସୃଷ୍ଟି କରିଥିଲା । ନେହା ଓ ହିମାଂଶଙ୍କର ଏକ ମ୍ୟୁଜିକ୍‌ ଭିଡିଓ ବି ବେଶ୍‌ ଚର୍ଚ୍ଚାର ବିଷୟ ରହିଥିଲା । ଏପରିକି ଇଣ୍ଡିଆନ୍‌ ଆଇଡଲ ସେଟ୍‌କୁ ବି ହିମାଂଶ କୋହଲି ଆସିଥିଲେ । ଉଭୟେ ନିଜ ନିଜର ପ୍ରେମ ସଂପର୍କକୁ ନେଇ ଅନୁଭବ କଥା ବଖାଣିଥିଲେ । କିନ୍ତୁ ପରେ ଦୁହିଁଙ୍କ ବ୍ରେକ୍‌ ବି ତାଙ୍କ ଫ୍ୟାନ୍‌ ମାନଙ୍କୁ ଖୁବ୍‌ କଷ୍ଟ ଦେଲା ।

Related Posts