ଦୁଷ୍କର୍ମ ମାମଲାରେ ଚର୍ଚ୍ଚାରେ ଥିବା ମିର୍ଚି ବାବାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଷ୍କର୍ମ ମାମଲାରେ ସର୍ବଦା ଚର୍ଚ୍ଚାରେ ଥିବା ମିର୍ଚି ବାବାଙ୍କୁ ସୋମବାର ରାତିରେ ଗ୍ୱାଲିଅରର ଏକ ହୋଟେଲରୁ ଗିରଫ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଜଣେ ୨୮ ବର୍ଷୀୟା ମହିଳା ଭୋପାଳର ମହିଳା ପୋଲିସ ଷ୍ଟେସନରେ ବାବାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ FIR ଦାଖଲ କରିଥିଲେ।ମିର୍ଚି ବାବାଙ୍କର ନାଗା ବାବା ମାନ୍ୟତା ଅଛି। ସେ ନିଜକୁ ହରିଦ୍ୱାରର ପଞ୍ଚାୟତ ନିରଂଜନ ଅଖରାର ମହାମଣ୍ଡେଲଶ୍ୱର ବୋଲି କହିଛନ୍ତି।

ପୀଡିତା ଜଣକ ନିଜ ଅଭିଯୋଗରେ ପୋଲିସକୁ କହିଥିଲେ ଯେ ସେ ଚାରି ବର୍ଷ ହେବ ବିବାହ କରିଛନ୍ତି। ତାଙ୍କର କୌଣସି ସନ୍ତାନ ନଥିବାରୁ ସେ ମିର୍ଚି ବାବାଙ୍କ ସଂସ୍ପର୍ଶରେ ଆସିଥିଲେ। ବାବା ତାଙ୍କୁ ପୂଜା କରି ତାଙ୍କୁ ସନ୍ତାନ ସୁଖ ମିଳିବ ବୋଲି ଦାବି କରିଥିଲେ। ଚିକିତ୍ସା ନାମରେ ମହିଳା ଜଣଙ୍କୁ ବିଷାକ୍ତ ଔଷଧ ଖାଇବାକୁ ଦେଇ ବଳାତ୍କାର କରିଥିଲେ। ଏହି ଘଟଣାଟି ଚଳିତ ବର୍ଷ ଜୁଲାଇରେ ଘଟିଥିଲା।

ତେବେ ସୋମବାର ରାତିରେ ଅତିରିକ୍ତ ଅଧୀକ୍ଷକ ରାଜେଶ ଡାଣ୍ଡୋଟିଆଙ୍କ ଟିମ୍ ବାବାଙ୍କୁ ଗିରଫ କରିଥିଲା। ଭୋପାଳ ପୋଲିସର ଇନପୁଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଡାଣ୍ଡୋଟିଆ ଏବଂ ତାଙ୍କ ଟିମ୍ ହୋଟେଲ ନାରାୟଣନରୁ ରାତିରେ ମିର୍ଚି ବାବାଙ୍କୁ ଗିରଫ କରିଥିଲେ। ଏହା ପରେ ତାଙ୍କୁ ଭୋପାଳ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

Related Posts