ଚଣ୍ଡୀଗଡ଼: ଦେଶ ପଳିବ ସ୍ୱାଧୀନତାର ୭୫ତମ ବାର୍ଷିକୀ । ଏନେଇ ଚାରିଆଡେ଼ ଆରମ୍ଭ ହୋଇଯାଇଛି ଉତ୍ସବ ର ମାହୋଲ୍ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି।
ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଏକ ଅଂଶ ଭାବରେ ସ୍ୱାଧୀନତା ଦିବସରେ ଲୋକଙ୍କୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରିବାକୁ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରିଛି। ଏହି ସମୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ରାସନ କାର୍ଡଧାରୀମାନେ ଜାତୀୟ ପତାକା କିଣିବାକୁ ବାଧ୍ୟ ହେଉଛନ୍ତି। ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟର କଥା ଯେ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ଗରିବଙ୍କ ଉପରେ ବୋଝ ହୋଇସାରିଛି।
ସେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗା କିଣିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି |
ତ୍ରିରଙ୍ଗା ପତାକା ନ କିଣିଲେ ରାସନକାର୍ଡଧାରୀଙ୍କ ରାସନ କାର୍ଡ କାଟିଦେବାକୁ କୁହାଯାଉଛି | ତ୍ରିରଙ୍ଗାର ମୂଲ୍ୟ ପାଇଁ ଗରିବଙ୍କ ଖାଦ୍ୟ ଛଡ଼ାଇବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ।
ପିଲିଭିତରୁ ବିଜେପି ସାଂସଦ ଥିବା ବରୁଣ ଗାନ୍ଧୀ ଏକ ଟ୍ୱିଟ କରି ଭିଡିଓ ସେୟାର କରିଛନ୍ତି | ଆଉ ସେ ଟ୍ୱିଟ କରି ଲେଖିଛନ୍ତି ଯେ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ଯଦି ଗରିବଙ୍କ ପାଇଁ ବୋଝ ହୋଇଯାଏ ତେବେ ଏହା ଦୁର୍ଭାଗ୍ୟଜନକ ହେବ।
ରାସନକାର୍ଡଧାରୀମାନେ ତ୍ରିରଙ୍ଗା କିଣିବାକୁ ବାଧ୍ୟ ହେଉଛନ୍ତି ଏବଂ ଯଦି ସେମାନେ କିଣୁନାହାନ୍ତି ତେବେ ସେମାନଙ୍କ ରାସନ କାର୍ଡ କଟାଯାଉଛି। ଏହି ଭିଡିଓ ହରିୟାଣାର କର୍ଣ୍ଣଲ ଜିଲ୍ଲାର ବୋଲି କୁହାଯାଉଛି। ଏହି ଭିଡିଓରେ କିଛି ରାସନ କାର୍ଡଧାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ୨୦ ଟଙ୍କା ମୂଲ୍ୟରେ ତ୍ରିରଙ୍ଗା ପତାକା କିଣିବାକୁ ବାଧ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ମଧ୍ୟରେ “ହର ଘର ତ୍ରିରଙ୍ଗା” ଅଭିଯାନର ଏକ ଅଂଶ ଭାବରେ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ଅନୁରୋଧ କରିଛନ୍ତି।
