ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇ ପୋଲିସ ମଙ୍ଗଳବାର ୫୧୬ କିଲୋ ଏମ୍ଡି ଡ୍ରଗ୍ସ ଜଗତ କରଛି, ଯାହାର ମୂଲ୍ୟ ପ୍ରାୟ ୧୦୨୬ କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ମୁମ୍ବାଇ ଆଣ୍ଟି ନାର୍କୋଟିକ ସେଲ୍ର ଓ୍ବର୍ଲି ୟୁନିଟ୍ ଗୁଜୁରାଟର ଭରୁଚ ଜିଳ୍ଲାର ଅଙ୍କଳେଶମ୍ବର ଅଞ୍ଚଳରେ ଥିବା ଏକ ଡ୍ରଗ୍ସ ଫ୍ୟାକ୍ଟ୍ରିର ପର୍ଦାପାଶଦ କରିଛି। ପୋଲିସ ପ୍ରାୟ ୫୧୬ କେଜି ଏମଡି ଡ୍ରଗ୍ସ ଜବତ କରିଛି। ଏହା ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧,୦୨୬ କୋଠି ଟଙ୍କା ରହିଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହା ପୂର୍ବରୁ ମୁମ୍ବାଇ ପୋଲିସ ଶିବାଜୀ ନଗରରୁ ମଧ୍ୟ ଡ୍ରଗ୍ସ ଜବତ କରିଥିଲା। ଶିବାଜୀ ନଗର ପରେ ପୋଲିସକୁ ଏହି ଡ୍ରଗ୍ସ ଧରିବାର ବାଟ ଫିଟିଯାଇଥିଲା। ମୁମ୍ବାଇ ପୋଲିସକୁ ଏହି ଡ୍ରଗ୍ସ ଜବତ କରିବାକୁ ୫ ମାସ କଷ୍ଟ କରିବାକୁ ପହିଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ ସେଲ୍ ଏହା ଉପରେ ଲଗାତାର କାମ କରୁଥିଲା। ଗତ ୧୩ ତାରିଖରେ ଟିମ୍କୁ ବଡ ସଫଳତା ମିଳିଥିଲା। ଟିମ୍ ଗୁଜରାଟର ଅଙ୍କଲେଶମ୍ବରରୁ ଜବତ କରିଥିଲା। ପୋଲିସର କହିବା ଅନୁସାରେ, ଏକ ବଡ ଅନ୍ତର୍ଜାତୀୟ ଡ୍ରଗ୍ସ ତସ୍କରୀ ଗ୍ୟାଙ୍ଗ ବହୁ ରାଜ୍ୟରେ ବ୍ୟାପି ରହିଛି। ଏହି ଡ୍ରଗ୍ସ ହାଇ ପ୍ରୋଫାଇଲ ସର୍କଲକୁ ସପ୍ଲାଇ କରାଯାଉଛି।