ଜାପାନ ସରକାରଙ୍କ ଅଜବ ନୀତି: ଅଧିକ ମାତ୍ରାରେ ମଦ୍ୟପାନ କରିବାକୁ ଦେଶବ୍ୟାପୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ

ନୂଆଦିଲ୍ଲୀ: ଜାପାନ ସରକାର ନିଜ ଦେଶର ଯୁବ ପିଢିଙ୍କ ପାଇଁ ଏକ ଅଜବ ନିୟମ କରିଛନ୍ତି । ଅଧିକ ମାତ୍ରାରେ ମଦ୍ୟପାନ କରିବାକୁ ସେ ନିଜ ଦେଶର ଯୁବପିଢି ଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଭାଇରସ୍ କାରଣରୁ ଦେଶବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବା ସହିତ ମଦ୍ୟପାନ ମଧ୍ୟ ଅହେତୁକ ହ୍ରାସ ଘଟିଥିଲା। ଏଥିରେ ରାଜସ୍ଵ ଉପରେ ପ୍ରଭାବ ପଡିଥିଲା। ତେଣୁ ଜାପାନ ସରକାର ଚାହୁଁଛନ୍ତି ତାଙ୍କ ଦେଶର ନାଗରିକ ଏବଂ ଯୁବପିଢି ମଦ୍ୟପାନ କରନ୍ତୁ।

ଜାପାନର ମୋଟା ରାଜସ୍ଵ ଅବକାରୀ ବିଭାଗରୁ ଆସିଥାଏ। ହେଲେ କରୋନା ଭାଇରସ୍ କାରଣରୁ ଅନ୍ୟ ବର୍ଷ ତୂଳନାରେ ଜାପାନର ରାଜସ୍ଵରେ ୧୧୦ ବିଲିୟନ ୟନ ହ୍ରାସ ଘଟିଛି। କରୋନା କାରଣରୁ ବାର ଏବଂ ରେଷ୍ଟୁରାଣ୍ଟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଗତ ୩୧ ବର୍ଷରେ ଜାପାନରେ ଅବକାରୀ ରାଜସ୍ଵରେ ଏହା ସର୍ବାଧିକ ହ୍ରାସ ଥିଲା।

ହେଲେ ଜାପାନ ସରକାର ଯୁବ ପିଢିଙ୍କୁ ମଦ୍ୟପାନ ପାଇଁ ପ୍ରୋତ୍ସାହିତ କରିବା ହେତୁ ଦେଶବ୍ୟାପୀ ପ୍ରତିଯୋଗିତା ଆରମ୍ଭ କରିଛନ୍ତି, ଯାହାର ନାମ “The Sake Viva” ରଖାଯାଇଥିବା ଦି ଗାର୍ଡିୟାନ ରିପୋର୍ଟରୁ ପ୍ରକାଶ। ଏହି ପ୍ରତିଯୋଗିତା ଜାପାନର ଜାତୀୟ ଟ୍ୟାକ୍ସ ଏଜେନ୍ସି ଦ୍ଵାରା ଆୟୋଜନ କରାଯାଉଛି।

ମଦ ବିକ୍ରି କେମିତି ବଢିବ ସେ ନେଇ ମଧ୍ୟ ଅଭିନବ ପନ୍ଥା ଆପଣା ଯାଉଛି। ଏହି ଅଭିଯାନରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିଛି ଲୋକ ଜାପାନ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଲୋକେ କହୁଛନ୍ତି ସରକାର ରାଜସ୍ଵ ଚକ୍କରରେ ଲୋକଙ୍କ ସ୍ଵାସ୍ଥ୍ୟ ପ୍ରତି ଆଖି ବୁଜି ଦେଇଛନ୍ତି। ଯୁବ ପିଢି ମଦ୍ୟପାନ କରିବା ଠିକ୍ ନୁହେଁ। କାହିଁକି ସରକାର ପ୍ରୋତ୍ସାହିତ କରି ସେମାନଙ୍କୁ ନିଶାଖୋର କରିବାକୁ ଚାହୁଁଛନ୍ତି ବୋଲି ଲୋକେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି।

Related Posts