ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତକୁ ସାରା ବିଶ୍ୱରେ ନମ୍ବର ୱାନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ମେକ୍ ଇଣ୍ଡିଆ ନଂ ୧’ ନାମକ କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଆଜି କେଜ୍ରିୱାଲ ସମସ୍ତ ୧୩୦ କୋଟି ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ଏକାଠି ମିଶିବା ପରେ ହିଁ ଭାରତ ଆଗକୁ ଯିବ ବୋଲି ସେ କହିଛନ୍ତି।ଏଥିସହ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଜି ମିସଡ୍ କଲ ଅଭିଯାନ ଆରମ୍ଭ କରିଛନ୍ତି କେଜ୍ରିୱାଲ। 9510001000 ନମ୍ବରକୁ ମିସଡ୍ କଲ ଦେଇ ଜଣେ ଭାରତୀୟ ଏହି ମିଶନରେ ସାମିଲ ହୋଇପାରିବେ ବୋଲି ଆଜି କେଜ୍ରିୱାଲ କହିଛନ୍ତି। ଏଥିସହ ଏହି ଅଭିଯାନ ବେଳେ ଅନେକ ପ୍ରକାରର ଘାତ ପ୍ରତିଘାତ ଆସିବ ବୋଲି ସେ ଆଗୁଆ ସମସ୍ତଙ୍କୁ ସତର୍କ କରାଇଛନ୍ତି।
ଏହି ମିସଡ କଲ୍ ଅଭିଯାନର ଆରମ୍ଭ କରି କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ଗୋଟିଏ ନମ୍ବର ଜାରି କରୁଛି। ଲୋକମାନେ 9510001000କୁ ମିସଡକଲ ଦେଇ ‘ମେକ ଇନ ଇଣ୍ଡିଆ ନଂ୧’ ଅଭିଯାନରେ ସାମିଲ ହୋଇପାରିବେ। ଯେଉଁମାନେ ଭାରତକୁ ନମ୍ବର ୧ନଂ ଓ ଶକ୍ତିଶାଳୀ ଦେଶ ଭାବେ ଦେଖିବାକୁ ଚାହୁଁଛନ୍ତି, ସେମାନେ ଏହି ଅଭିଯାନରେ ସାମିଲ ହୁଅନ୍ତୁ।”
