ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ ଆମ୍‌ ଆଦମି ପାର୍ଟି (ଆପ୍‌) ବିଜେପିକୁ ଲଗାତାର ଟାର୍ଗେଟ କରୁଛି। ଏହା ମଧ୍ୟରେ ଆପ୍‌ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ ଆମ୍‌ ଆଦମୀ ପାର୍ଟିର ଗୁଜୁରାଟରେ ପ୍ରବେଶ କାରଣରୁ ଗୁଜୁରାଟ୍‌ରେ ବିଜେପି ବହୁତ ଭୟବୀତ ଅବସ୍ଥାରେ ରହଛି। ଅରବିନ୍ଦ ଏକ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପି ଗୁଜୁରାଟ୍‌ରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍‌ ପଟେଲଙ୍କୁ ହଟାଇବାକୁ ଯାଉଛି। କଣ ବିଜେପି ଏତେ ଡରିଯାଇଛି ?

ବିଶେଷ ସୂତ୍ର ଅନୁସାରେ ଗୁଜୁରାଟ୍‌ରେ ବିଜେପି ରାଜ୍ୟ ଅଧ୍ୟକ୍ଷ ପଦରୁ ସିଆର୍‌ ପଟେଲ୍‌ଙ୍କୁ ହଟା ଯାଇ ପାରେ। ଅରବିନ୍ଦ କେଜରିୱାଲ ତାଙ୍କ ଟୁଇଟ୍‌ରେ ଗୁଜୁରାଟ୍‌ର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ସେ କହିଛନ୍ତି ଏପରି କାମ ବିଜେପି କେବଳ ଆମ୍‌ ଆଦମି ପାର୍ଟିର ଡର କାରଣରୁ କରୁଛି।

ସୂଚନାଥାଉକି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ କରି ତଦନ୍ତ କରିଥିଲା। ଏହାର କିଛିଦିନ ପରେ ଅରବିନ୍ଦ କେଜରିୱାଲ ଏବଂ ମନିଷ ସିସୋଦିଆ ଗୁଜୁରାଟ ଯାଇଥିଲେ। ଗୋଟିଏ ପଟେ ଦିଲ୍ଲୀରେ ତାଙ୍କ ବିରୋଧରେ ଯାଞ୍ଚ ହେଉଥିବା ବେଳେ ଅନ୍ୟପଟେ ଗୁଜୁରାଟରେ ଦୁଇଟି ରାଜନୈତିକ ଦଳ ମଧ୍ୟରେ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି।