ଯାଜପୁର : ଦେଢ଼ କ୍ୟୁଣ୍ଟଲ ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ । ଯାଜପୁର ରୋଡ଼ ରେଲ୍ୟୁୟ ଷ୍ଟେସନ ମାଲଗୋଦାମ ନିକଟକ ତାରିଣୀ ମନ୍ଦିର ପାଖରୁ ପୋଲିସ ଜଣେ ମହିଳାଙ୍କ ନିକଟରୁ ଦେଢ଼ କ୍ୟୁଣ୍ଟଲ ଭାଙ୍ଗ ଜବତ କରିଛି । ଏହାସହ ଉକ୍ତ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣକ ହେଲେ ଯାଜପୁର ରୋଡ଼ ଚୂନ ଭାଟି ଅଞ୍ଚଳର ସଞ୍ଜୁ ବେହେରା ।

ଯାଜପୁର ଟାଉନ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସମୀର କୁମାର ମହାନ୍ତି ଏବଂ ତାଙ୍କ ଟିମ ଦ୍ୱାରା ଚଢ଼ାଉ ବେଳେ ଧାରା ପଡିଥିଲା ଚୋରା ଚାଲାଣ ହେଉଥିବା ଭାଙ୍ଗ । ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ।