ନୂଆପଡ଼ା ଠୁଟିବର ଗାଁରେ ଗୁଳିକାଣ୍ଡ : ଗ୍ରାମରକ୍ଷୀଙ୍କ ପୁଅର ଗୁଳିମାଡ଼ରେ ମହିଳା ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଫୁଟିଲା ଗୁଳି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗ୍ରାମରକ୍ଷୀଙ୍କ ପୁଅର ଗୁଳିମାଡ଼ରେ ମହିଳା ମୃତ ଘଟିଛି । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ୍ୟୁ ହୋଇଛି । ମୃତକ ଠୁଟିବର ଗାଁର କୁମୁଦିନୀ ଶବର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଲାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ବାମୀ ଶରତ ସାହୁଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଚାଲି ଆସିଥିଲେ । ଫଳରେ ମହିଳାଙ୍କ ପେଟରେ ଗୁଳି ବାଜିଥିଲା। ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋମନା ହସ୍ପିଟାଲ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ତେବେ ନିଳାମ୍ବରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଏକ ହତ୍ୟା ମାମଲାରେ ସେ ଜେଲ ମଧ୍ୟ ଯାଇଥିଲା । ନିଳାମ୍ଵର ଏବେ ଫେରାର ଥିବାବେଳେ ତଦନ୍ତ ଚଳାଇଛି କୋମନା ପୋଲିସ ।

Related Posts