ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଉତ୍ତରପ୍ରଦେଶର ମାଦ୍ରାସା ସର୍ବେକ୍ଷଣକୁ ସମର୍ଥନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଯଦି ମାଦ୍ରାସା ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି, ତେବେ ଏହାର ଉଚିତ୍ ତଦନ୍ତ କରାଯିବା ଉଚିତ। ଏଥିରେ କିଛି ଭୁଲ୍ ନାହିଁ। ବାସ୍ତବତାକୁ ସାମ୍ନା କରିବା ଜରୁରୀ ବୋଲି ସେ କହିଛନ୍ତି। ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ, ମାଦ୍ରାସା ବ୍ୟତୀତ ଯଦି ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ମସଜିଦ ପରି କୌଣସି ଧାର୍ମିକ ସ୍ଥାନ ବିରୁଦ୍ଧରେ ଯଦି ଏଭଳି ଗୁରୁତର ଅଭିଯୋଗ ଆସେ, ତାହେଲେ ଏହାର ମଧ୍ୟ ତଦନ୍ତ କରାଯିବା ଉଚିତ। ଅନୁସନ୍ଧାନ ପରେ, ସେହି ସନ୍ଦେହକୁ ହଟାଇବା ଆବଶ୍ୟକ। ମାଦ୍ରାସାର ସର୍ଭେ କରିବାର ନିଷ୍ପତ୍ତି ଭୁଲ ନୁହେଁ ବୋଲି ସେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟରେ ମାଦ୍ରାସା ଉପରେ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତି ଅନୁସାରେ ଶନିବାର ଠାରୁ ୟୁପିରେ ମଦ୍ରାସା ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେକୁ ସପା-ବସପା ଭଳି ବିରୋଧୀ ଦଳ ବିରୋଧ କରିଛନ୍ତି।