କୃଷିଋଣ ପରିଶୋଧ ନକଲେ ବି ଗିରଫ ହେବେନି ଚାଷୀ, ସରକାର ଆସିଲେ ନୂଆ ଆଇନ ଆଣିବ କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ବାଲେଶ୍ୱର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ନିଜର ଅଭିଭାଷଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାହୁଲ ବିଜେପିକୁ ଟାର୍ଗେଟ କରି ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି । ବେରୋଜଗାରୀ ଓ ଚାଷୀ ସମସ୍ୟା ଦେଶରେ ଉକ୍ରଟ ରୂପ ଧାରଣ କରୁଥିବା ବେଳେ ନରେନ୍ଦ୍ର ମୋଦି ସରକାର ଏ ଦିଗରେ ଧ୍ୟାନ ଦେଉ ନଥିବା କହିଛନ୍ତି ରାହୁଲ ।

ନ୍ୟାୟ ଯୋଜନାର ବିସ୍ତୃତ ବିବରଣୀ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କହିଛନ୍ତି ଆପଣଙ୍କ ଆକାଉଣ୍ଟର ଟଙ୍କା ଅନୀଲ ଅମ୍ବାନୀଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିଛନ୍ତି ମୋଦି । ନୋଟବନ୍ଦୀ ମାଧ୍ୟମରେ ମୋଦି ଜୀ ଗବର ସିଂ ଟାକ୍ସ ଲାଗୁ କରିଛନ୍ତି । ନ୍ୟାୟ ଯୋଜନା ମାଧ୍ୟମରେ ବର୍ଷକୁ ୭୨ ହଜାର ଟଙ୍କା ମିଳିବ । ଏହି ଟଙ୍କା ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଆସଯିିବ । ଟଙ୍କା ପାଇବା ପରେ ଆପଣ ବିଭିନ୍ନ ସାମଗ୍ରୀ କିଣିବେ । ସାମଗ୍ରୀ କିଣିବା ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ । ଫଳରେ ରୋଜଗାର ବଢ଼ିବ । ଏହାଦ୍ୱାରା ଗରୀବି କମିବ ।

ନ୍ୟାୟ ଯୋଜନା ପାଇଁ ମଧ୍ୟମ ବର୍ଗଙ୍କ ଠାରୁ ଟଙ୍କା ଟିଏ ବି ଯିବନାହିଁ ବରଂ ଦେଶର ଆର୍ଥିକ ବ୍ୟବସ୍ଥାର ଧଜିଆ ଉଡାଇଥିବା ଚୋରଙ୍କ ପକେଟରୁ ଅର୍ଥ ଆଦାୟ କରାଯିବ ।  କୃଷକଙ୍କ ପାଇଁ କଂଗ୍ରେସ ସରକାର ଆସିଲେ ନୂଆ ନିୟମ ଆସିବ । ଦେଶର କୌଣସି ପ୍ରଦେଶରେ ଯଦି କୃଷକ ଋଣ ପରିଶୋଧ କରି ପାରୁ ନାହାଁନ୍ତି ତେବେ ସେମାନଙ୍କୁ ଜେଲ ହୋଇ ପାରିବ ନାହିଁ । ୨୦୧୯ରେ ଦୁଇଟି ବଜେଟ ଆସିବ । କେନ୍ଦ୍ର ବଜେଟର ପୂର୍ବଦିନ ହିନ୍ଦୁସ୍ତାନର ସବୁ କୃଷକଙ୍କ ପାଇଁ କୃଷି ବଜେଟ ଆସିବ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କୃଷିଋଣ ଛାଡ କଲାଭଳି ଓଡିଶାରେ କଂଗ୍ରେସ ସରକାର ଆସିଲେ କୃଷିଋଣ ଛାଡ ହେବ । କଂଗ୍ରେସ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ଟଙ୍କା କରାଯିବ ।

ଆଦିବାସୀଙ୍କ ପାଇଁ ନିଜ ଅଭିଭାଷଣରେ ରାହୁଲ କହିଛନ୍ତି । ଜମି ଅଧିଗ୍ରହଣ ବିଲ ମାଧ୍ୟମରେ ଆଦିବାସୀଙ୍କୁ ଜଳ ଜମି ଓ ଜଙ୍ଗଲର ହକ୍ ଦେଇଛି କଂଗ୍ରେସ । ହେଲେ ଏହାକୁ ନରେନ୍ଦ୍ର ମୋଦି ସରକାର ନଷ୍ଟ କରିଦେବାକୁ ବସିଛନ୍ତି । ଯଦି କଂଗ୍ରେସ ସରକାର ଆସେ, ତେବେ ୧ବର୍ଷରେ ୨୨ଲକ୍ଷ ସରକାରୀ ଚାକିରୀ ଦେବା ସହ ୧୦ଲକ୍ଷ ଯୁବକ ଯୁବତୀଙ୍କୁ ପଂଚାୟତ ସ୍ତରରେ ଚାକିରୀ ଦିଆଯିବ କହି ପ୍ରତିଶ୍ରୁତି ଦେଇଛନ୍ତିି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Related Posts