ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନମାନଙ୍କ ଭରିପାରନ୍ତି। ଏନେଇ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି।

ଦିଗବିଜୟ ସିଂହ, ଶଶି ଥରୁରଙ୍କ ପରେ ଖଡ଼ଗେ ତୃତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିପାରନ୍ତି ବୋଲି କୁହାଯାଉଛି।

୮ଥର ବିଧାୟକ ଓ ଦୁଇଥର ଲୋକସବା ଓ ରାଜ୍ୟସଭା ସାଂସଦ ହୋଇଥିବା ଖଡ଼ଗେଙ୍କର ଅନେକ ରାଜନୈତିକ ଅଭିଜ୍ଞତା ରହିଛି। ସେ କର୍ଣ୍ଣାଟକର ପୂର୍ବତନ ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ପୂର୍ବତନ ଗୃହମନ୍ତ୍ରୀ ବି ହୋଇସାରିଛନ୍ତି।

ଏପଟେ ଶଶି ଥରୁରୁ ଓ ଦିଗବିଜୟ ସିଂହ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବେ। ଏପଟେ ଅଧ୍ୟକ୍ଷ ଦୌଡ଼ରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ ଆଉଟ୍ ହୋଇସାରିଛନ୍ତି। ତେବେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରହିବେ ନା ବାହାରିଯିବେ ସେ ନେଇ ମଧ୍ୟ ସନ୍ଦେହ ରହିଛି। ଗେହେଲୋଟ୍‌ଙ୍କ ବ୍ୟତୀତ ମୁକୁଲ ୱାସନିକ, ମୀର କୁମାର, କୁମାରୀ ସେଲଜାଙ୍କ ନାଁ ବି ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚା ହେଉଛି।