କାଶ୍ମୀର ଜେଲର ଡିଜି ହତ୍ୟା ଘଟଣା: ଅଭିଯୁକ୍ତ ଚାକର ଗିରଫ

ଦିଲ୍ଲୀ: ଜମ୍ମୁ –କାଶ୍ମୀର ଜେଲର ଡିଜି ହେମନ୍ତ କେ ଲୋହିୟାଙ୍କ ହତ୍ୟା ଘଟଣା ଉପରୁ ଉଠିଲା ପରଦା । ଅଭିଯୁକ୍ତ କୌଣସି ଆତଙ୍କବାଦୀ ନୁହଁନ୍ତି ବରଂ ହତ୍ୟା କରିଛି ତାଙ୍କର ବ୍ୟକ୍ତିଗତ ଚାକର । ତନାଘନା ପରେ ତାକୁ ଗିରଫ କରିଛି ପୋଲିସ୍ ।

ତଦନ୍ତ ବେଳେ ପୋଲିସ ହାତରେ ଲାଗିଛି ଡିଜିଙ୍କ ଚାକର ଭାବେ କାମ କରୁଥିବା ଯୁବକ ୟାସିର ଅହମ୍ମଦର ହାତ ଲେଖା ଡାଏରୀ । ଏଥିରେ ଅନେକ ସାୟରୀ ଲେଖାହୋଇଛି । ଏହି ଡାଏରୀ ପଢିବା ପରେ ଯୁବକ ଭାରୀ ଆକ୍ରମଣାତ୍ମକ ଥିବା ସହ ଘୋର ମାନସିକ ଅବସାଦରେ ଥିବା ଜଣାପଡୁଛି ବୋଲି କହିଛନ୍ତି ଡିଜିପି ଦିଲବାଗ୍ ସିଂହ ।

ଘଟଣାର ତୁରନ୍ତ ପରଠାରୁ ଚାକର ଫେରାର ଥିଲା । ତେଣୁ ଡିଜିଙ୍କୁ ଅନ୍ୟ କେହି ନୁହେଁ ବରଂ ଚାକର ହିଁ ଗଳାକାଟି ଅତି ଦୟନୀୟ ଭାବେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ଚାକରର ଫଟୋ ଗଣମାଧ୍ୟମ ଜରିଆରେ ସର୍ବସାଧାରଣ ତଥା ସବୁ ରାଜ୍ୟର ପୋଲିସକୁ ଜାରି କରିଦିଆଯାଇଥିଲା । ୟାସିଦ ଡିଜିଙ୍କ ଘରେ ୬ ମାସ ଧରି କାମ କରିଆସୁଥିଲା ।

ତେବେ ଏନେଇ ଯଦିଓ ଏଯାଏଁ କୌଣସି ଆତଙ୍କବାଦୀ ଷଡଯନ୍ତ୍ରର ସୁରାକ ମିଳିନହିଁ କିନ୍ତୁ ଏହାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ ବୋଲି ଡିଜିପି କହିଛନ୍ତି ।

ସୂଚନା ମୁତାବକ, ଜେଲ ଡିଜି ମେନ୍ତ ଲୋହିୟା ସୋମବାର ରାତି ଭୋଜନ ସାରିବା ପରେ ତାଙ୍କ ଗୋଡରେ ଏକ କ୍ଷତ ହୋଇଥିବାରୁ ସେଥିରେ ମଲମ ଲଗାଇଦେବାକୁ ଚାକର ୟାସିଦକୁ କହିଥିଲେ । ୟାସିଦ ମଲମ ଲଗାଇବା ପରେ ତାଙ୍କୁ ଅଚାନକ ଆକ୍ରମଣ କରିଥିଲା । ଏକ ସସ୍ ବୋତଲ କାଚରେ ତାଙ୍କ ଗଳାକାଟିବା ସହ ତକିଆରେ ନିଆଁ ଲଗାଇ ତାଙ୍କୁ ପୋଡିଦେସବାକୁ ମଧ୍ୟ ମାରିଦେବାକୁ ଚେଷ୍ଟା କରିଥିଲା । ରୁମରୁ ଧୁଆଁ ବାହାରୁଥିବା ଲକ୍ଷ୍ୟ କରି ବାହାରେ ଥିବା ଗାର୍ଡ କବାଟ ବାଡେଇଥିଲେ । ହେଲେ କବାଟ ଭିତରପଟୁ ବନ୍ଦ ଥିବାରୁ ସହଜରେ ଖୋଲିନଥିଲା । ହେଲେ କବରଟ ଭାଙ୍ଗି ରୁମରେ ପଶିବା ବେଳକୁ ଅତ୍ୟଧିକ ରକ୍ତସ୍ରାବ ସହ ନିଆଁରେ ପୋଡି ତାଙ୍କର ମୃତ୍ୟୁ ହୋଇସାରିଥିଲା ।

Related Posts