ଭୋପାଳ: ଟ୍ରେନ୍‌ରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର । ଏନେଇ ଅଭିଯୋଗ ଆଧାରରେ ଦୁଇ କଂଗ୍ରେସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି।

ମାମଲା ଅନୁସାରେ, ଗୁରୁବାର କୋଟ୍‌ମା ବିଧାୟକ ସୁନୀଲ ସରାଫ ଓ ସନ୍ତ ବିଧାୟକ ସିଦ୍ଧାର୍ଥ କୁଶୱା ରିୱାଞ୍ଚଲ ଏକ୍ସପ୍ରେସ୍‌ରେ ଏସି କୋଚ୍‌ରେ ଯାତ୍ରା କରୁଥିଲେ। କର୍ଣ୍ଣି ପାଖରେ ସେମାନେ ଟ୍ରେନ୍‌ରେ ଚଢ଼ିଥିଲେ। ଦୁଇ ବିଧାୟ ମଦ ପିଇଥିବା ଅଭିଯୋଗ ହୋଇଛି।

ଦୁଇ ବିଧାୟ ଯାତ୍ରା କରୁଥିବା ଏସି କୋଚ୍‌ରେ ଜଣେ ମହିଳା ଯାତ୍ରୀ ମଧ୍ୟ ତାଙ୍କର ଛୋଟ ଶିଶୁ ସହ ଯାତ୍ରା କରୁଥିଲେ। ଅଭିଯୋଗ ଅନୁସାରେ, ଦୁଇ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ଉକ୍ତ ମହିଳା ତାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ। ଏହାପରେ ତାଙ୍କ ସ୍ୱାମୀ ଘଟଣାକୁ ଟ୍ୱିଟ୍‌ କରି ରେଳମନ୍ତ୍ରାଳୟ ଓ ରେଳବାଇ ପୁଲିସକୁ ଜଣାଇଥିଲେ।

ଅଭିଯୋଗ ପାଇବା ପରେ ରେଳବାଇ ପୁଲିସ ଦୁଇ ବିଧାୟକଙ୍କ ବିରୋଧରେ ଧାରା ୩୫୪ରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ପରେ ଯାତ୍ରା ମଝିରେ ମହିଳା ସିଟ୍ ବଦଳାଇ ଦିଆଯାଇଥିଲା। ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।