
ଜୟପୁର: ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ସେ ତ୍ଵରିତ୍ଵ ନିର୍ଣ୍ଣୟ ନେଉଥିବାରୁ ଗେହଲଟ୍ଙ୍କୁ ସେ ଖୁବ୍ ପ୍ରଶଂସା କରିଛନ୍ତି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାରଙ୍କ Invest Rajasthan 2022 Summit କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉଦ୍ୟୋଗପତି ଗୌତମ ଆଦାନୀ।
ଏହି ସମୟରେ ଏସିଆର ପ୍ରଥମ ବିତ୍ତଶାଳୀ ବ୍ୟକ୍ତି ଖୁବ୍ ଶୀଘ୍ର ନିର୍ଣ୍ଣୟ ନେଉଥିବା ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଆଗାମୀ ପାଞ୍ଚରୁ ସାତ ବର୍ଷରେ ରାଜ୍ୟରେ ୬୫୦୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ସେ କହିଛନ୍ତି।
ନିବେଶ ସମ୍ମିଳନୀରେ ନିଜ ଭାଷଣରେ ଆଦାନୀ କହିଛନ୍ତି, ଯେବେ ସେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପ୍ରଥମ ଥର ଭେଟିଥିଲେ, ସେହି ସମୟରେ ରାଜସ୍ଥାନରେ ବିଜୁଳି କ୍ଷେତ୍ରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ତତ୍କାଳୀନ ଗେହଲଟ ସରକାର ଆଦାନୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ପ୍ରଶାସନକୁ ଭୂମି, ଜଳ ଏବଂ ଅନ୍ୟ ମଞ୍ଜୁରୀ ଯଥା ଶୀଘ୍ର ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସରକାରରେ ଏମିତି ତତ୍ପର ଏବଂ ଶୀଘ୍ର ନିର୍ଣ୍ଣୟ ନେବାର ପ୍ରକ୍ରିୟା ସେ ପ୍ରଥମ ଥର ଦେଖିଥିଲେ ବୋଲି ଆଦାନୀ କହିଛନ୍ତି। ଏହି କାରଣରୁ ରାଜସ୍ଥାନରେ ୧୩୨୦ ମେଗାଓ୍ଵାଟର ବିଜୁଳି ପ୍ଲାଣ୍ଟ ମାତ୍ର ୩୬ ମାସରେ ପୂରା ହୋଇଥିଲା।
ଗୌତମ ଆଦାନୀ କହିଛନ୍ତି, ତାଙ୍କ ଗ୍ରୁପ ରାଜ୍ୟରେ ବିଜୁଳି କ୍ଷେତ୍ରର ପ୍ରଥମ ବଡ ନିବେଶକ। ପୁଣି ଅମ୍ବୁଜା ସିମେଣ୍ଟ ଏବଂ ଏସିସିର ଅଧିଗ୍ରହଣ ପରେ ଆଦାନୀ ଗ୍ରୁପ ଦ୍ଵିତୀୟ ସବୁଠୁ ବଡ ସିମେଣ୍ଟ କମ୍ପାନି ହୋଇ ପାରିଛି। ଆଦାନୀ ଗ୍ରୁପ ରାଜସ୍ଥାନରେ ଅଦ୍ୟାବଧି ୩୫ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରି ସାରିଛି। ଆଗାମୀ ପାଞ୍ଚରୁ ସାତ ବର୍ଷରେ ଉର୍ଜା କ୍ଷେତ୍ରରେ ଅତିରିକ୍ତ ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ। ସିମେଣ୍ଟ ସେକ୍ଟରରେ ୭ ହଜାର କୋଟି ଟଙ୍କା ନିବେଶ କରିଛି। ଏଥିରେ ରାଜ୍ୟରେ ୪୦ ହଜାର ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ରୋଜଗାର ସୃଷ୍ଟି ହେବ