BCCI ବୈଠକ: ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ । ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ବୋର୍ଡର ସାଧାରଣ ବାର୍ଷିକ ବୈଠକ(ଏଜିଏମ) ପ୍ରଥମେ ମଙ୍ଗଳବାର ହେବାର ଥିଲା। ମାତ୍ର କ୍ରିକବଜ୍‌ର ସୂଚନା ଅନୁଯାୟୀ, ଏହା ପୂର୍ବରୁ ଦିଲ୍ଲୀରେ ବୈଠକ ହୋଇଛି। ଏଥିରେ ବିସିସିଆଇ ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା କରାଯାଇଛି।

କୁହାଯାଉଛି, ବିସିସିଆଇ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଗାଙ୍ଗୁଲିଙ୍କ ପଦରୁ ଓହରିବା ନିଶ୍ଚିତ ଲାଗୁଛି। ତେଣୁ ଏହାର ସମ୍ଭାବନା ଅଧିକ ଯେ, ଗାଙ୍ଗୁଲି ଅଧ୍ୟକ୍ଷ ପଦ ପାଇଁ ପରବର୍ତ୍ତୀ ନିର୍ବାଚନ ଲଢିବେ ନାହିଁ। ତେଣୁ ପୂର୍ବତନ ଦ୍ରୁତ ବୋଲର ରୋଜର ବିନ୍ନିଙ୍କ ବିସିସିଆଇ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି।

ବିସିସିଆଇର ସମସ୍ତ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ମୁମ୍ବାଇରେ ଅକ୍ଟୋବର ୧୮ରେ ବିସିସିଆଇ ଅଧ୍ୟକ୍ଷ ପଦରେ ନିର୍ବାଚନ ହେବାକୁ ଯାଉଛି। ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଂପାଦକ, ଯୁଗ୍ମ ସଂପାଦକ ଏବଂ କୋଷାଧ୍ୟକ୍ଷ ପଦରେ ନିର୍ବାଚନ ହେବ। ଏଥିପାଇଁ ଅକ୍ଟୋବର ୧୧ ଏବଂ ୧୨ ତାରିଖରେ ନାମାଙ୍କନ ଦାଖଲ କରିବାକୁ ପଡିବ।

Related Posts