BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ କରୋନା, ମେଡିକାଲରେ ଭର୍ତ୍ତି

କରୋନା ରେ ଆକ୍ରାନ୍ତ ହେଲେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର BCCI ସଭାପତି ସୌରଭ ଗାଙ୍ଗୁଲି | ସୋମବାର ରାତିରେ ତାଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ, ମଙ୍ଗଳବାର ରିପୋର୍ଟ ପଜିଟିଭ ଆସିଛି | ବର୍ତ୍ତମାନ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ଦେଶରେ ଓମିକ୍ରନ ମାମଲା ବଢୁଥିବାରୁ ଗାଙ୍ଗୁଲିଙ୍କ ସାମ୍ପୂଲ ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।

ସେପଟେ ଗାଙ୍ଗୁଲି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିବା ପରେ ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Posts