ବଢ଼ିବନି ବିଦ୍ୟୁତ ଦର, ଡିଜିଟାଲ ପେମେଣ୍ଟରେ ଗ୍ରାହକ ପାଇବେ ଅଧିକ ରିବେଟ

ସତ୍ୟପାଠ ବ୍ୟୁରୋ : ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ଦର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତୀତ ରଖିବାକୁ ନିଷ୍ପତି ନେଇଥିବା ସୂଚନା ଦେଇଛି ଓଇଆରସି । ଜୁନ ପହିଲାରୁ ନୂତନ ନିୟମ ଲାଗୁ ହେବ ବୋଲି ଓଇଆରସି ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ଡିଜିଟାଲ ବିଲ୍ ପେମେଣ୍ଟକରୁଥିବା ଗ୍ରାହକଙ୍କୁ ଖୁସି କରିଛି ଓଇଆରସି । ପୂର୍ବରୁ ଏଥିରେ ୧ପ୍ରତିଶତ ରିବେଟ୍ ମିଳୁଥିବା ବେଳେ ଏହାକୁ ୨ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବର୍ଷକ ଯାକ ସଠିକ ବିଲ୍ ପେମେଣ୍ଟ କରୁଥିବା ଉପଭୋକ୍ତାଙ୍କୁ ମାର୍ଚ୍ଚ ମାସ ରିବେଟର ଦୁଇଗୁଣା ରିବେଟ୍ ମିଳିବ ବୋଲି ଲୋକସମ୍ପର୍କ ଅଧିକାରୀ ପୂର୍ବି ଦାସ ସୂଚନା ଦେଇଛନ୍ତି ।

Related Posts