ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ। ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ କଲ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ । ଗତ ଶୁକ୍ରବାର ଜାମିନ୍ ଆବେଦନ କରିଥିଲେ ଅର୍ଚ୍ଚନା ନାଗ୍। ଏବେ ପୁଣି ସେ ଜେଲ୍ରେ ରହିବେ । କେମିତି ବଡ଼ବଡ଼ିଆଙ୍କୁ କେମିତି ଫସାଉଥିଲେ ଅର୍ଚ୍ଚନା ନାଗ। ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଖିଅ ଖୋଜା ଚାଲିଛି ।
ଅନ୍ୟପଟେ ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଖଣ୍ଡଗିରି ଥାନା ପୋଲିସ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ରିମାଣ୍ଡରେ ଆଣି ବ୍ଲାକମେଲିଂର ସତ ବାହାର କରିବ । କୌଣସି ଏକ ଅଜ୍ଞାତ ସ୍ଥାନ ନହେଲେ ଜେଲରେ ତାଙ୍କୁ ଜେରା ହୋଇପାରେ ବୋଲି ସୂଚନା ମିଳିଛି ।
ଅର୍ଚ୍ଚନା କିପରି ବଡ଼ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଉଥିଲା ? କେଉଁମାନଙ୍କୁ ବ୍ଲାକମେଲିଂ କରିଛନ୍ତି ? କାହାଠୁ ଖସାଇଛନ୍ତି କେତେ ଟଙ୍କା ? ଲିଷ୍ଟରେ ଆଉ କେଉଁମାନେ ଥିଲେ ? ବ୍ଲାକମେଲିଂରୁ ଆଦାୟ କରିଥିବା ଟଙ୍କା କେଉଁଠି ଲଗାଇଛନ୍ତି ? ସେକ୍ସ ରାକେଟରେ କିଭଳି ଥିଲା ଲିଙ୍କ ? ସେ ହ୍ଵାଟସଆପ୍ରେ ଚାଟିଂ କରିଥିବା ସୁନୀଲ ଭାଇ କିଏ ? ଖଗେଶ୍ୱରକୁ କେବେଠୁ ଜାଣିଛନ୍ତି ? ବ୍ଲାକମେଲିଂ ରାକେଟରେ ତାଙ୍କର ସଂପୃକ୍ତି କିଭଳି ? ଏନେଇ ପୋଲିସ ଅର୍ଚ୍ଚନାଙ୍କୁ ପଚରା ଉଚରା କରିପାରେ ବୋଲି ସୂଚନା ମିଳିଛି ।
