ପୁରୀ : ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥି । ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ ।
ତେବେ ଏହି ନୀତି ଏକ ବିଶେଷ ନୀତି ହେବା ସହ ଗୋପନୀୟ ନୀତି ହୋଇଥିବା ବେଳେ, ଭକ୍ତମାନେ ଅପରାହ୍ଣ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ।
ଶ୍ରୀମନ୍ଦିର ଲୋକ ସର୍ମ୍ପକ ଅଧିକାରୀ ଜିତେନ୍ଦ୍ର ମହାନ୍ତି ଏହି ସୂଚନା ଦେଇଛନ୍ତି । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ସମୟ ଧାର୍ଯ୍ୟ ହେବ ।
