ଭୁବନେଶ୍ବର: ଧାମନଗର ଉପନିର୍ବାଚନକୁ ପ୍ରଚାର ଚାଲିଥିବା ବେଳେ, ସେପଟେ ବିଜେପି ସ୍ୱଚ୍ଛ ମତଦାନ କରିବା ନେଇ ଦାବି କରି ଆସୁଛି । ଏହାରି ମଧ୍ୟରେ ବିଜେପି ମତଦାନ କେନ୍ଦ୍ରଗୁଡ଼ିକୁ ମୋବାଇଲ ନ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ବିଜେପି ଦାବି କରିଛି ।

ବିଜେଡିକୁ ଭୋଟ ଦେଇ ଫଟୋ ଦେଖାଇଲେ ୨୦୦୦ ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି। ଏହା ନିର୍ବାଚନ ଆଚରଣ ବିଧିର ଉଲଘଂନ। ତେଣୁ ମତଦାନ ‌ବେଳେ ମୋବାଇଲ ବ୍ୟବହାରକୁ ବାରଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ବିଜେପି।

ବିଜେପି ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ନିର୍ବାଚନ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩୦ ଟଙ୍କା ନେଇ ଓଡିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ଦାବି କରିଛି ନିର୍ବାଚନ ବେଳେ କାହିଁକି ଜାତୀୟ ଖାଦ୍ୟ ସୁରକ୍ଷା ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଥିବା ସବୁଜ ପତ୍ରିକା ବଣ୍ଟା ଯାଉଛି। ଆଉ କାହା ନିର୍ଦ୍ଦେଶରେ ବଣ୍ଟା ଯାଉଛି ତାକୁ ତଦନ୍ତ କରଯାଉ। ଆଉ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏ ସବୁକୁ ବନ୍ଦ କରିବା ପାଇଁ ସିଇଓ ନିକଟରେ ଦାବି ଦେଲି କରିଛି ବିଜେପି।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖ ଦିନ ମତଦାନ ହେବ। ଏଥି ପାଇଁ ବିଜେଡି, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଜୋରାଦାର ପ୍ରଚାର କରୁଛନ୍ତି।