ନୂଆଦିଲ୍ଲୀ: ଝାଡଖଣ୍ଡର କୋଡର୍ମା ନିକଟରେ ଘଟିଛି ଏକ ବଡ ଦୁର୍ଘଟଣା। ଗୁରପା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲାଇନ୍ଚ୍ୟୁତ ହୋଇ ମଧ୍ୟ ଟ୍ରେନ୍ଟି ବିପଦପୂର୍ଣ୍ଣ ଭାବେ ଷ୍ଟେସନରେ ପହଞ୍ଚିଛି। ଏହାକୁ ନେଇ ଷ୍ଟେସନରେ ଆତଙ୍କ ଖେଳିଯାଇଛି। ରେଳ ଷ୍ଟେସନରେ ଉପସ୍ଥିତ ଥିବା କିଛି ଯାତ୍ରୀ ଟ୍ରେନ୍ର ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇପଡିଛନ୍ତି।
ସେପଟେ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଏହି ଲାଇନ୍ରେ ଅପ୍ ଆଣ୍ଡ ଡାଇନ୍ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଘଟଣାପରେ ବରବାଡିହ, ଗୟା, ନେସୁଚବୋ ଗୋମୋ ଓ ଧାନବାଦର ଏକ ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।
