ହାଇ ସିକ୍ୟୁରିଟି ନମ୍ୱର୍ ମାମଲା; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପରିବହନ ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇ ସିକ୍ୟୁରିଟି ନମ୍ୱର୍ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ । ସତ୍ୟପାଠରେ ହାଇ ସିକ୍ୟୁରିଟି ନମ୍ବର ପଞ୍ଜିକରଣ ପାଇଁ ରାଜ୍ୟରେ କଣ ଭିତ୍ତିଭୂମି ଅଛି ତାହା ଦର୍ଶାଇଥିବାବେଳେ ଏଚଏସଆରପି ଲଗାଇବା ଅବଧିକୁ ମାସେ ବୃଦ୍ଧି କରାଯାଇଛି ବୋଲି ମଧ୍ୟ ସତ୍ୟପାଠରେ ଦର୍ଶାଯାଇଛି । ପରିବହନ ବିଭାଗର ସତ୍ୟପାଠ ଉପରେ ଆବେଦନକାରୀ ପରବର୍ତ୍ତୀ ସମୟରେ ଜବାବ ରଖିବେ ଓ ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ଲୋକଙ୍କୁ ଆବେଦନ ପାଇଁ ସ୍ଲଟ ମିଳିନଥିଲା। ପରେ ଏହି ମାମଲାରେ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ଏହାପରେ ମାନ୍ୟବର ହାଇକୋର୍ଟ ରାଜ୍ୟ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ସତ୍ୟପାଠରେ ଏଚଏସଆରପି ପଞ୍ଜିକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହାରି ମଧ୍ୟରେ ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ (ଏଚଏସ୍‌ଆର୍‌ପି) ଆବେଦନ ସମୟସୀମାକୁ ରାଜ୍ୟ ପରିବହନ ବିଭାଗ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।ଏହି ଅବଧି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୨୦୧୯ ଏପ୍ରିଲ ପହିଲା ପୂର୍ବରୁ ଗାଡି କିଣିଥିବା ମାଲିକମାନେ ସେମାନଙ୍କ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୧, ୨, ୩, ୪ରେ ଶେଷ ହେଉଥିବା ଗାଡି ଗୁଡିକ ନ‌ଭେମ୍ବର ୩୦ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୫, ୬, ୭ ଓ ୮ ଶେଷ ନମ୍ବର ଥିବା ଗାଡି ଗୁଡିକ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ୯ ଓ ୦ ନମ୍ବର ରେ ଶେଷ ହେଉଥିବା ଗୁଡିକ ପାଇଁ ଏହା ଫେବ୍ରୁଆରି ୨୮ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଛି।

Related Posts