ସିଡନୀ: ଟି-୨୦ ବିଶ୍ୱକପ୍ ମ୍ୟାଚ୍ରେ ଆଜି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ପାକିସ୍ତାନ ୩୩ ରନ୍ରେ ବିଜୟୀ ହୋଇଛି। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୯ ୱିକେଟ ହରାଇ ମାତ୍ର ୧୦୮ ରନ୍ କରିଛି।
ତେବେ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବାରୁ ଖେଳକୁ ୧୪ ଓଭର କମାଦିଆଯାଇଥିଲା। ସେହିପରି ରନ୍ରେ ହ୍ରାସ କରି ୧୪୨ ଟାର୍ଗେଟ୍ ଦିଆଯାଇଥିଲା। ହେଲେ ଏହି ଟାର୍ଗେଟ୍କୁ ପୂରା କରିପାରି ନାହିଁ ଦକ୍ଷିଣ ଆଫ୍ରିକା। ଶେଷରେ ପାକିସ୍ତାନ ୩୩ ରନ୍ ବିଜୟ ହୋଇ ସେମି ଫାଇନାଲ୍ ଦୌଡ଼ରେ ଏଣ୍ଟ୍ରି କରିଛି।
ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ହାରି ପ୍ରଥମ ବ୍ୟାଟିଂ କରିଥିଲା।