ଚୋର ଧରିବାକୁ ବୁଲିଲା ଖଟ

ସତ୍ୟପାଠ ବ୍ୟୁରୋ : ନୟାଗଡରେ ପୁଣି ବୁଲିଲା ଖଟ । ଚୋର ଧରିବାକୁ ବସିଲା କଙ୍ଗାରୁ କୋର୍ଟ । ଚୋରି କରିଥିବା ଅଭିଯୋଗରେ ମହିଳାଙ୍କୁ ଗ୍ରାମବାସୀ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।

ମିଳିଥିବା ଖବର ଅନୁସାରେ ନୟାଗଡ ଉଦୟପୁରରେ ଜଣକ ଘରୁ ଚୋରୀ ହୋଇଥିଲା । ପୁଲିସରେ ବି ଏନେଇ ଖବର ଦିଆଯାଇଥିଲା । ତେବେ ଚୋରୀ ସାମଗ୍ରୀ ନ ମିଳିବାରୁ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଖଟ ବୁଲାଇ ଚୋର ଧରିବାକୁ ସଭାରେ ନିଷ୍ପତି ନିଆଯାଇଥିଲା ।

ତେବେ ଖଟ ବୁଲି ବୁଲି ଜଣେ ମହିଳାଙ୍କ ପାଖରେ ଅଟକିଥିଲା । ଯେଉଁ ବ୍ୟକ୍ତିଙ୍କର ଚୋରୀ ହୋଇଛି ତାଙ୍କରି ଭାଉଜଙ୍କ ପାଖରେ ଖଟ ରହିବା ପରେ ଉକ୍ତ ମହିଳାଙ୍କୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଏନେଇ ମହିଳା ଜଣକ ପୁଲିସରେ ଅଭିଯୋଗ କରିଥିବା ଜଣାପଡିଛି । ପୁଲିସ ମଧ୍ୟ ଘଟଣାର ଛାନଭିନ ଆରମ୍ଭ କରିଛି ।

Related Posts