ରାଉରକେଲା : ଠିକାଦାରଙ୍କୁ ଗୁଳିମାଡ଼ । ଆଜି ସକାଳ ପ୍ରାୟ ସାଢେ ଛଅଟାରେ ଝିରପାଣିର ଜଣେ ଠିକାଦାରଙ୍କୁ ଗୁଳିମାଡ଼ କରିଛନ୍ତି କିଛି ଅସାମାଜିକ ଯୁବକ । ମୋଟର ବାଇକରେ ଆସି ଝିରପାଣି ଝରିଆକୋଚାରେ ଠିକାଦାରଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ।
ଠିକାଦାର ବାଞ୍ଛାନିଧି ତନ୍ତୀଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସେପଟେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଝିରପାଣି ପୁଲିସ ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଘଟଣାରେ ତଦନ୍ତ ଚଳାଇଛନ୍ତି । ଗୁଳିମାଡ଼ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
