ମାର୍ଶାଘାଇ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । କେନ୍ଦ୍ରାପଡ଼ା ତାଳ କୁଶୁମାରେ ଥିବା ତାଙ୍କ ପୈତୃକ ଘରେ ଏହି ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଫଳରେ ଏହି ଅଗ୍ନିକାଣ୍ଡରେ ୪ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି।
ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟରୁ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। କୋରୁଆ ଅଗ୍ନିଶମ ବାହିନୀ ଓ ଗାଁ ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ। ବିଜୟ ମହାପାତ୍ର ଗାଁକୁ ଆସିଲେ ସେହି ଚାଳ ଘରେ ରହନ୍ତି ବୋଲି କୁହାଯାଇଛି ।
