ଆନନ୍ଦପୁର ମରେଇ ଗାଁରେ ଅଭାବନୀୟ ଘଟଣା: ଭଡ଼ାଘରୁ କ୍ଷତାକ୍ତ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : ଭଡ଼ାଘରୁ ଉଦ୍ଧାର ହେଲା ଶିକ୍ଷକଙ୍କ ମୃତଦେହ । କ୍ଷତାକ୍ତ ଅବସ୍ଥାରେ ଜଣେ ହାଇସ୍କୁଲ୍‌ ଶିକ୍ଷକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି । ଗତକାଲି ବା ଗୁରୁବାର ରାତିରେ କୌଣସି ଦୃର୍ବୃତ୍ତ ଘରେ ପଶି ତାଙ୍କ ବେକ ଓ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା କରିଥିବା ଅନୁମାନ କରାଯାଉଛି। ଆନନ୍ଦପୁର ଉପଖଣ୍ଡ ମନ୍ଦିପଦା ଥାନା ମରେଇ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ମୃତ ଶିକ୍ଷକଙ୍କ ପରିଚୟ ଅନିରୁଦ୍ଧ ସ୍ବାଇଁ। ହତ୍ଯା କରି ଦୁର୍ବୃତ୍ତ ଜଣଙ୍କ ସେହି ଘରର କବାଟ ବାହାରୁ ବନ୍ଦ କରି ଚାଲିଯାଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ଅଧିକ ତଦନ୍ତ ଚଳାଇଛି। ତେବେ ତାଙ୍କୁ କିଏ କେଉଁ କାରଣରୁ ହତ୍ଯା କରିଛି ତାର କୌଣସି ସ୍ପଷ୍ଟ କାରଣ ଏବେ ସୁଦ୍ଧା ଜଣାପଡ଼ିନି।

ଅନିରୁଦ୍ଧ ସଂପୃକ୍ତ ଭଡାଘର ଉପର ମହଲାରେ ଏକାକି ରହୁଥିଲେ। ସୋମବାର ସେ ସ୍କୁଲ ଯାଇନଥିବାବେଳେ ତାଙ୍କ ଫୋନ୍‌ ସୁଇଚ ଅଫ ଥିଲା। ଏହି କାରଣରୁ ସ୍କୁଲରୁ କେହି ତାଙ୍କ ଭାଇକୁ ତାଙ୍କ ବିଷୟରେ ପଚାରିଥିଲେ। ପରେ ଅନିରୁଦ୍ଧଙ୍କ ଭାଇ ସେଠାରେ ପହଁଞ୍ଚିବା ପରେ ତାଙ୍କୁ ହତ୍ଯା କରାଯାଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚିବାପରେ ଘର କବାଟ ଖୋଲିବାରୁ ଅନିରୁଦ୍ଧଙ୍କ ମୃତଦେହ ଖଟ ଉପରେ ରକ୍ତ ଦୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ଘର ଚଟାଣରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି

Related Posts