ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ସ୍ଥାପନ ଦାବି ନେଇ ଆଜି ବନ୍ଦ ପାଳନ

ବଲାଙ୍ଗୀର: ଆଜି ବଲାଙ୍ଗୀର ବନ୍ଦ । ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନ ଦାବି ନେଇ ଦିଆଯାଇଛି ବନ୍ଦ ଡାକରା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହ ପୋଷ୍ଟ ଅଫିସ ଓ ବ୍ୟାଙ୍କକୁ ବନ୍ଦ୍ କରିଛନ୍ତି ଆନ୍ଦୋଳନକାରୀ ।

ତେବେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ରତି ମାସର ତୃତୀୟ ଗୁରୁବାର ବନ୍ଦ ପାଳନ କରାଯାଉଛି । ଜିଲ୍ଲା ଓକିଲ ସଙ୍ଘ ଓ ବଲାଙ୍ଗୀର ଏକ୍ସନ କମିଟିର ନେତୃତ୍ୱରେ ଏହି ବନ୍ଦ ପାଳନକୁ ୨୦ରୁ ଅଧିକ ସଂଗଠନ ବଲାଙ୍ଗୀର ଜିଲ୍ଲାର ସମର୍ଥନ ଜଣାଇଛନ୍ତି । ତେବେ ଆଜି ଠପ୍ ହୋଇଛି ସରକାରୀ କଳ ।

ପିକେଟିଂ କରି ସବୁ କାର୍ଯ୍ୟାଳୟ, ବ୍ୟାଙ୍କ ବନ୍ଦ କରିବା ସହ ସ୍ଥାନୀୟ କଚେରୀ ଛକଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଆନ୍ଦୋଳନ କାରୀ । ସେପଟେ ଏହି ଆନ୍ଦୋଳନକୁ ବଲାଙ୍ଗୀର ଜିଲ୍ଲା ତିନି ପ୍ରମୁଖ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Related Posts