ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ନିକଟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଏହିକ୍ରମରେ ଇଡି ଅର୍ଚ୍ଚନାଙ୍କ ପୈତୃକ ଘର, ଶାଶୁ ଘର ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଏହି ସବୁ ସ୍ଥାନରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ମଧ୍ୟ କରିଛି ଇଡି ।

ତେବେ ଆର୍ଥିକ କାରବାର ନେଇ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାରଙ୍କୁ ନୋଟିସ୍‌ କରିଥିଲା ଇଡି । ଏହିପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ । ଦୀର୍ଘ ୯ ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା ଇଡି । ନ୍ୟାୟ ବ୍ୟବସ୍ଥା ଉପରେ ମୋର ସଂପୂର୍ଣ୍ଣ ଭରସା ରହିଛି ବୋଲି ବାହାରକୁ ଆସିବା ପରେ ଅକ୍ଷୟ ପରିଜା କହିଥିଲେ । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛନ୍ତି ତାଙ୍କ ଓକିଲ । ଆଉ ଏବେ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ତାଙ୍କୁ ବୁଧବାର ଦିନ ହାଜର ହେବା ପାଇଁ ନୋଟିସ୍‌ କରିଥିଲା ଇଡି । ତେବେ ଶ୍ରଦ୍ଧାଞ୍ଜଳି ଇଡି ରେ ହଜାର ହେବାପରେ ଆଜି ପୁଣି ଅକ୍ଷୟ ପରିଜା ହଜାର ହୋଇଛନ୍ତି। ଅକ୍ଷୟ ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ଅନ୍ୟତମ ଅଭିଯୁକ୍ତ ଥିଲେ ଶ୍ରଦ୍ଧାଞ୍ଜଳି କହିବାକୁ ଗଲେ ତାଙ୍କଠାରୁ ହିଁ ଅର୍ଚ୍ଚନା ନାଗ ମାମଲା ସାମ୍ନାକୁ ଆସିଥିଲା। ତେବେ ଆଜି ଉଭୟ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନାସାମ୍ନି ବସାଇ ଇଡି ଜେରା କରିବ ବୋଲି କୁହାଯାଉଛି।