ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୫ ଆର୍ଥିକ ବର୍ଷ ଶେଷସୁଦ୍ଧା କମ୍ପ୍ୟୁଟର୍‌ ନିର୍ମାତା କମ୍ପାନୀ ‘ହ୍ୟୁଲଟ୍‌-ପ୍ୟାକାର୍ଡ’ (ଏଚ୍‌ପି) ବିଶ୍ବବ୍ୟାପୀ ପ୍ରାୟ ୬୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ମଙ୍ଗଳବାର ଦିନ କହିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି। ତେବେ ଏହି ସଂଖ୍ୟା ଏଚ୍‌ପି ର ପୁରା କର୍ମଚାରୀ ସଂଖ୍ୟାର ୧୨ % ଅଟେ।

ତେବେ ପର୍ସନାଲ୍‌ କମ୍ପ୍ୟୁଟର୍‌ ଓ ଲ୍ୟାପ୍‌ଟପ ବଜାରରେ ମାନ୍ଦାବସ୍ଥା ଆସିଥିବା ବ‌େଳେ ‘ଏଚ୍‌ପି’ ଉପରୋକ୍ତ ଘୋଷଣା କରିଛି।ମାନ୍ଦା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ‘ଏଚ୍‌ପି’ ୪୦୦୦ରୁ ୬୦୦୦ କର୍ମଚାରୀ ଛଟେଇ କରିପାରେ। ତେବେ ବର୍ତ୍ତମାନ କମ୍ପାନିରେ ପ୍ରାୟ ୫୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ତେବେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ସ୍ବଳ୍ପ ଲାଭ ହେବ ବୋଲି ‘ଏଚ୍‌ପି’ ପୂର୍ବାନୁମାନ କରିଛି। ଉଭୟ ବାଣିଜ୍ୟିକ ଓ ଗ୍ରହକୀୟ କମ୍ପାନିର ଉତ୍ପାଦର ଚାହିଦା ଆହୁରି ହ୍ରାସ ପାଇବ ବୋଲି କମ୍ପାନି ଆଶା କରୁଛି।

‘ଏଚ୍‌ପି’ର ମୁଖ୍ୟ ଅର୍ଥନୈତିକ ଅଧିକାରୀ ମେରି ମାୟର୍ସ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୨ରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ଅନେକ ସମସ୍ୟା ଆର୍ଥିକ ବର୍ଷ ୨୩ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି। ପୁନଃସଂଗଠନ ଓ ଅନ୍ୟାନ୍ୟ ବ୍ୟୟ ବାବଦକୁ ଅଣ-ଶ୍ରମିକ ଓ ଶ୍ରମିକ କ୍ଷେତ୍ରରେ ପ୍ରାୟ ୧.୦ ନିୟୁତ ଡଲାର କ୍ଷତି ହେବ ବୋଲି କମ୍ପାନି ଆକଳନ କରିଛି। ଉପରୋକ୍ତ ଅଟକଳ ରାଶିରୁ ୨୦୧୩ ଆର୍ଥିକ ବର୍ଷରେ ୬୦୦ ନିୟୁତ ଡଲାର୍‌ ବ୍ୟୟ ହେବ ଓ ବାକି ପରବର୍ତ୍ତୀ ଆର୍ଥିକ ବର୍ଷଗୁଡ଼କରେ ବ୍ୟୟ ହେବ ବୋଲି ‘ଏଚ୍‌ପି’ ଆଶା କରୁଛି।

ସୂଚନାଯୋଗ୍ୟ ଯେ, ଧୀରେ ଧୀରେ ପର୍ସନାଲ୍‌ କମ୍ପ୍ୟୁଟର୍‌ର ଚାହିଦା ହ୍ରାସ ମଧ୍ୟ ‘ଇନ୍‌ଟେଲ୍‌ କର୍ପୋରେସନ୍‌’କୁ ପ୍ରଭାବିତ କରିଛି। ସେ ମଧ୍ୟ କର୍ମଚାରୀ ଛଟେଇ କରିବା ଲାଗି ଯୋଜନା କରୁଛି। ବିକ୍ରୟ ଓ ବିପଣନ ଗ୍ରୁପ୍‌ ସମେତ କେତେକ ବିଭାଗରୁ କମ୍ପାନି ପ୍ରାୟ ୨୦% କର୍ମଚାରୀ ଛଟେଇ କରିପାରେ।