ଜେଲ ସିସିଟିଭି ଫୁଟେଜର ମିଡ଼ିଆ ପ୍ରସାରଣ ଉପରେ ରୋକ ଲଗାଯାଉ; କୋର୍ଟର ଦ୍ବାରସ୍ଥ ହେଲେ ସତ୍ୟୈନ୍ଦ୍ର ଜୈନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଲ ମଧ୍ୟର ସିସିଟିଭି ଫୁଟେଜକୁ ଗଣମାଧ୍ୟମରେ ପ୍ରସାରିତ ନ କରିବାକୁ ଦାବି କରି ଦିଲ୍ଲୀ ସରକାରୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଦିଲ୍ଲୀ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ସତ୍ୟେନ୍ଦ୍ରଙ୍କ ଓକିଲ କୋର୍ଟରେ ପ୍ରଦାନ କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି।

ତେବେ ଦୁର୍ନୀତି ମାମଲାରେ ଜେଲ ରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏବେ ଏହି ଘଟଣାର ସିସିଟିଭି ଫୁଟେଜ ସବୁ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ଏକ ଭିଡ଼ିଓ ଆସିଥିଲା ଯେଉଁଥିରେ ସତ୍ୟେନ୍ଦ୍ରଙ୍କୁ ମସାଜ କରାଯାଉଥିବା ଦେଖା ଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିରେ ଅଧିକ ଉତ୍ତେଜନା ଦେଖାଦେଇଥିଲା। ଏନେଇ ବିଜେପି କହିଥିଲା ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ଉଚିତ୍। ତେବେ ଏସବୁ ମଧ୍ୟରେ ଆଜି ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ସେ ଜେଲ ଭିତରେ ବିଭିନ୍ନ ପ୍ରକାର ବାହାର ଖାଦ୍ୟ ଖାଉଥିବାର ନଜର ଆସୁଛନ୍ତି। ହେଲେ ଜୈନ ଜେଲ ପ୍ରଶାସନ ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କୁ ସଠିକ୍ ଖାଦ୍ୟ ଦେଉନାହାଁନ୍ତି ।

ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ବୁଧବାର ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାଡ ଜେଲରେ ରିସର୍ଟ ଭଳି ସୁବିଧା ପାଇଛନ୍ତି। ବୁଧବାର ଦିନ ତିହା଼ ଜେଲରେ ରଖାଯାଇଥିବା ଜୈନଙ୍କର କିଛି ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ କୋଠରୀରେ ଫଳ ଏବଂ ସାଲାଡ ଖାଉଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ଲେଖୀ ଏହି ବିବୃତ୍ତି ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ମୀନାକ୍ଷୀ ଲେଖୀ ମଧ୍ୟ ଜୈନଙ୍କ ଭିଡିଓ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ ସେ ତିହା଼ରେ ରହୁଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଠାରୁ ମସାଜ ନେଉଥିବାର ନଜର ଆସିଛନ୍ତି। ସେ କହିଛନ୍ତି, ‘ମୁଁ ଏପରି ବ୍ୟକ୍ତିଙ୍କୁ ମୋ ପାଖକୁ ଆସିବାକୁ ଦେବି ନାହିଁ। କଳ୍ପନା କରନ୍ତୁ ଯେ ସେହି ବ୍ୟକ୍ତି ତାଙ୍କ ପାଦକୁ ମାଲିସ୍ କରୁଛନ୍ତି। ଆପ ନେତାମାନେ କିଛି କୁହନ୍ତି ଏବଂ ବିପରୀତ କାର୍ଯ୍ୟ କରନ୍ତି। ଜେଲରେ ଖାଦ୍ୟ ଏବଂ ଚିକିତ୍ସା ସେବା ପାଇଁ ଏକ ଜେଲ ମାନୁଆଲ ଅଛି। କୋଠରୀରେ ଟେଲିଭିଜନ, ପ୍ୟାକେଡ୍ ଖାଦ୍ୟ ଏବଂ ମାଲିସ୍ ଭଳି ଅତିରିକ୍ତ ସୁବିଧା ଅଛି, ଏହା ଜଣାପଡୁଛି ଯେ ସେ ଛୁଟିଦିନ କାଟିବାକୁ ଏକ ରିସର୍ଟକୁ ଆସିଛନ୍ତି।’

Related Posts