ଭୁବନେଶ୍ୱର: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ନେଇ ଇଡି ଜୋର୍ ସୋର୍ ରେ ତଦନ୍ତ ଚଳାଇଥିବା ବେଳେ, ଆସନ୍ତା ୫ ତାରିଖରେ କୋର୍ଟରେ ହାଜିରା ହେବେ ଅର୍ଚ୍ଚନା । ତେବେ କୋର୍ଟ ରେ ହାଜିରା ହେବା ପରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଏହି ସମୟରେ ହନିଟ୍ରାପ, ବ୍ଲାକ ମେଲିଂ ଓ ଅର୍ଥ କାରବାର ଲିଙ୍କରେ ଗୁମର ଖୋଲିବ ଇଡି।
ସେପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ପ୍ରସ୍ତୁତ କରିଥିବା ୧୫ ଜଣିଆ ତାଲିକାରୁ ୭ ଜଣଙ୍କୁ ଜେରା କରି ସାରିଛି। ଆଜି ଜମି ମାଲିକ ପ୍ରଭାତ ରଞ୍ଜନ ପତି ହାଜର ହୋଇଥିବା ବେଳେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଦ୍ୱିତୀୟ ଥର ଲାଗି ଇଡିରେ ହାଜର ହୋଇଥିଲେ।
ଅନ୍ୟପଟେ ଦୁଇ ଥର ଇଡିରେ ହାଜର ହେବା ପରେ ଏବେ ଆଉ ଧରା ଦେଉ ନାହାନ୍ତି ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ଲାକମେଲିଂ ପାର୍ଟନର୍ ଶ୍ରଦ୍ଧାଞ୍ଜଳି ବେହେରା। ବାରମ୍ବାର ନୋଟିସ୍ ସତ୍ତ୍ୱେ ସେ ଇଡିରେ ହାଜର ହେଉ ନ ଥିବା ଜଣାପଡ଼ିଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ତେଣୁ ଆଗକୁ ଇଡି ତାଙ୍କ ବିରୋଧରେ କି’ ପଦକ୍ଷେପ ନେଉଛି ଦେଖିବାର କଥା।
