ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ଫୌଜା ସିଂହ ସରାରି। ପଞ୍ଜାବ ଆପ୍ ସରକାରରେ ଜନମଙ୍ଗଳ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ଫୌଜା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି।କିନ୍ତୁ ଦଳ ପାଇଁ ସେ ସୁବୁବେଳେ ବିଶ୍ୱାସୀ ରହିବେ ବୋଲି ଫୌଜା ସିଂହ କହିଛନ୍ତି।
ଖବର ଅନୁସାରେ, ଫୌଜା ସିଂହଙ୍କର ଏକ ଅଡିଓ ଭାଇରାଲ୍ ହେଉଥିବା ଅଭିଯୋଗ ହେଉଛି। ଯେଉଁଥିରେ ସେ ତାଙ୍କ ସହଯୋଗୀ ତରସୀମ ଲାଲ୍ କପୁରଙ୍କ ସହ ଜବରଦସ୍ତି ଚାନ୍ଦା ଆଦାୟ ନେଇ ଆଲୋଚନା କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆପ୍କୁ ଘେରିଛି କଂଗ୍ରେସ। ଇସ୍ତଫା ଦେଇ ଆପ୍ ତାଙ୍କ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚାହୁଁଛି। ଖାଲି ଇସ୍ତଫା ଦେଲେ ଚଳିବନି, ଅଭିଯୋଗର ତଦନ୍ତ ହେବା ଦରକାର ବୋଲି କଂଗ୍ରେସ ନେତା ରାଜା ଅମରିନ୍ଦର ୱାରିଂ କହିଛନ୍ତି।
ସେପଟେ ବିରୋଧୀ ଦଳ ନେତା ପ୍ରତାପ ସିଂହ ଆଉ ଦୁ ଆପ୍ ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଖୁବ୍ଶୀଘ୍ର ସେ ସେମାନଙ୍କର ପ୍ରମାଣ ଦେବେ ବୋଲି ପ୍ରତାପ ସିଂହ କହିଛନ୍ତି। ସୂଚନା ଥାଉକି, ଗତବର୍ଷ ମେ ମାସ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଂଙ୍ଗଲାଙ୍କୁ ଦୁର୍ନିତୀ ଅଭିଯୋଗରେ ଗିରଫ କରିଥିଲା ଆଣ୍ଟିକରପ୍ସନ ବ୍ୟୁରୋ। ଏହାପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ଦଳରୁ ବହିସ୍କାର କରିଥିଲେ।





