ଭୁବନେଶ୍ୱର,୧୨/୧(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଉଭୟେ ମୁହାଁମୁହିଁ ହୋଇଛନ୍ତି। ଆଜି ଡିଆରଡିଏ କନଫରେନ୍ସ ହଲରେ ଆୟୋଜିତ ଜିଲ୍ଲା ପରିଷଦ ବୈଠକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାପରେ ସେ ଜିଲ୍ଲା ପରିଷଦ ବୈଠକରୁ ବାହାରି ଚାଲିଆସିଥିଲେ।

ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ଏହି ଯୋଜନାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଅନୁଦାନ କଟାଯାଉଥିବା ଅଭିଯୋଗ ଆଣି ବିଧାୟକ ସାଲୁଜା ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି।ବୈଠକରେ ସମସ୍ତଙ୍କ ସମ୍ମୁଖରେ ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳ ସରକାରୀ ଫଣ୍ଡର ମନଇଚ୍ଛା ଉପଯୋଗ କରୁଛନ୍ତି। ସେ ବିଜୁ କେବିକେ ଯୋଜନାର ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛନ୍ତି। ସେ ଯାହା ଚାହୁଁଛନ୍ତି, ନିଜ ଇଚ୍ଛାରେ ଅନୁସାରେ ସେସବୁ କରୁଛନ୍ତି। ବିଜୁ କେବିକେ ଯୋଜନାର ଅଂଶକୁ ଜିଲ୍ଲାପାଳ ବ୍ଲକ ଗୁଡ଼ିକୁ ଠିକ୍‌ରେ ଭାବରେ ଦେଉନାହାନ୍ତି ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କମ୍‌ ସ୍କୁଲକୁ ୫ଟି ଅଧୀନରେ ରଖାଯାଇଛି। ଲୋକପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି। ସେ ଲୋକ ପ୍ରତିନିଧି ହୋଇଥିବା ହେତୁ ଲୋକଙ୍କ ନିକଟରେ ଉତ୍ତରଦାୟୀ, ହେଲେ ଜିଲ୍ଲାପାଳ ଏକଥାକୁ ମାନୁନାହାନ୍ତି।