ଅର୍ବାନ ନକ୍ସଲଙ୍କ ପାଇଁ ତିଳେ ମାତ୍ର ଦୟା ନାହିଁ : ଗୃହମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ବୁଧବାର ଲୋକସଭାରେ ପାରିତ ହୋଇଛି ଆଣ୍ଟି ଟେରର ବିଲ । ଗୃହ ମନ୍ତ୍ରଣାଳୟ ତରଫରୁ ଉପସ୍ଥାପିତ ବିଧି-ବିରୁଦ୍ଧ କାର୍ଯ୍ୟକଳାପ ( ନିବାରଣ) ସଂଶୋଧନ ବିଲ ଉପରେ ଢ଼େର ସମୟ ଯାଏ ଆଲୋଚନା ହେବା ପରେ ଏହା ପାରିତ ହୋଇଛି । ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ବିବିନ୍ନ ପ୍ରଶ୍ନ ଉଠିଥିଲା । ତେବେ ସବୁ ପ୍ରଶ୍ନର ଉତ୍ତରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସି ଯାଇଛି ଓ ଅର୍ବାନ ନକ୍ସଲଙ୍କ ପାଇଁ କାନୁନର ହୃଦୟରେ ତିଳେ ମାତ୍ର ଦୟା ନାହିଁ ।

ଗୃହମନ୍ତ୍ରୀ କହିଛନ୍ତି, ଆତଙ୍କାବଦ ବନ୍ଧୁକରୁ ନୁହେଁ ବରଂ ପ୍ରଚାର ଓ ଉନ୍ମାଦରୁ ସୃଷ୍ଟି ହେଉଛନ୍ତି । ତେଣୁ ଏହି ବିଧେୟକରେ ନିୟମ ରହିଛି କାହାକୁ କେଉଁ ସମୟରେ ଆତଙ୍କୀ ଘୋଷିତ କରାଯିବ ।

Related Posts