ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ରେଡ୍। ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି ।
ବ୍ରହ୍ମପୁର ଲୋଚାପଡା ମେନ ରୋଡ ନିକଟରେ ଥିବା ମାଆ ଭୌରବୀ ଟ୍ରେଡରରେ ଥିବା ଅଫିସ, ବ୍ରହ୍ମପୁର କୋର୍ଟପେଟା ଛକ ନିକଟକେ ଥିବା TPSODL ଅଫିସ ଚାମ୍ବର, ବ୍ରହ୍ମପୁର ଫାଷ୍ଟ ଲେନ୍ ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ଘର, ବ୍ରହ୍ମପୁର ଅଙ୍କୁଲି ଶଶିଭୂଷଣ ନଗରରେ ଥିବା ଦୁଇ ମହଲା ଘର, ଗଞ୍ଜାମ ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା ଘର, ବ୍ରହ୍ମପୁରରେ ଥିବା ଫାର୍ମ ହାଉସ, ବ୍ରହ୍ମପୁର ଟାଉନ ଲୋଚାପଡାରେ ଥିବା ଘର, ପୁରୀ ପିପିଲିରେ ଥିବା ଫ୍ଲାର୍ ବ୍ରହ୍ମପୁର ଅମ୍ବାପୁଆରେ ଥିବା ଫ୍ଲାଟ୍, ଗଞ୍ଜାମ ବାଳକୃଷ୍ଣପୁରସ୍ଥିତ ପୈତୃକ ଘରେ ରେଡ୍ ହୋଇଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ଚାଲିଛି । ଚଢାଉରେ ଜଣେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ ଜଣ ଇନସ୍ପେକ୍ଟର, ୧୨ ଜଣ ଏସ୍ ଆଇ ଏବଂ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।
